ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ଉପ ମହାନିର୍ଦ୍ଦେଶକ ଡଃ. ଅଭୟ କୁମାର ପାଢୀଙ୍କ ପରଲୋକ

ବରଗଡ଼ : ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ଉପ ମହାନିର୍ଦ୍ଦେଶକ ଡଃ. ଅଭୟ କୁମାର ପାଢୀଙ୍କ ସୋମବାର ପରଲୋକ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୧୦.୩୦ରେ ବରଗଡ଼ ବିକାଶସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତଃ ପାଢୀ କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ସେ ୯ ତାରିଖରୁ ଏଠାରେ ଭର୍ତ୍ତି ହୋଇଥିଲେ। ୩ ଦିନ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁ ଭେଣ୍ଟିଲେଟରରେ ଥିଲେ। କିଡନୀ ଜନୀତ ସମସ୍ୟା ଉତ୍ପନ୍ନ ହେବାରୁ ଡାଏଲିସିସ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ସେ ନିଜ ଅନ୍ତେ ପତ୍ନୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବାସନ୍ତୀ ମହାନ୍ତି, ଝିଅ ଡା.ନେହା ପାଢୀ ଏବଂ ପୁଅ ବିଶ୍ବରୂପ ପାଢୀଙ୍କୁ ଛାଡ଼ି ଯାଇଛନ୍ତି। କୋଭିଡ କଟକଣା ମଧ୍ୟରେ ସମ୍ବଲପୁର ରାଜଘାଟରେ ଅପରାହ୍ଣ ୫.୩୦ରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଝିଅ ଡା.ନେହା ପାଢୀ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତ ପାଢୀ ସତୁରୀ ଦଶକରେ ବରଗଡ଼ ପଞ୍ଚାୟତ କଲେଜରେ ଇଂରାଜୀ ବିଭାଗରେ ଅଧ୍ୟାପକ ଥିଲେ ।

ପରବର୍ତ୍ତି ସମୟରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ କାର୍ଯ୍ୟକ୍ରମ ନିଷ୍ପାଦକ ଭାବରେ ଯୋଗ ଦେଇଥିଲେ ।ସେଠାରେ ଉପକେନ୍ଦ୍ର ନିର୍ଦ୍ଦେଶକ, କେନ୍ଦ୍ର ନିର୍ଦ୍ଦେଶକ ଭାବରେ ତାଙ୍କର ପଦୋନ୍ନତି ହୋଇଥିଲା ତାଙ୍କ ସମୟରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ସୁନନ୍ତ କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ହୋଇଥିଲା ।ଏହାପରେ ଶ୍ରୀ ପାଢୀ ପ୍ରସାରଭାରତୀ ନୂଆଦିଲ୍ଲୀର ଅତିରିକ୍ତ ଉପ ମହାନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ହୋଇଥିଲେ ।ଓଡ଼ିଶାର ଜଣେ କବି, ଲେଖକ ଏବଂ ପ୍ରଖର ବୁଦ୍ଧିଜୀବୀ ଭାବରେ ତାଙ୍କର ସୁନାମ ରହିଥିଲା । ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here