32.1 C
Bhubaneswar
Thursday, March 28, 2024
Homeଓଡିଶାବାତ୍ୟା ଆଶଙ୍କା ଭିତରେ ଓଡିଶା

ବାତ୍ୟା ଆଶଙ୍କା ଭିତରେ ଓଡିଶା

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଏହି ବାତ୍ୟା ଆଣ୍ଡାମାନ ସାଗର ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଛି । ତେବେ ସୃଷ୍ଟି ହୋଇଥିବା ଲଘୁଚାପ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେବ ବୋଲି ସୂଚନା ମିଳିଛି । ପରେ କାଳକ୍ରମେ ଏହା ଘନୀଭୂତ ହୋଇ ୧୬ ତାରିଖ ସୁଦ୍ଧା ଝଡବାତ୍ୟାର ରୂପ ନେବ ବୋଲି କୁହାଯାଇଛି । ଏହି ବାତ୍ୟା ଝଡବାତ୍ୟାର ରୂପ ନେଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ପରବର୍ତୀ ସମୟରେ ଗତି ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବ । ତେବେ ଝଡବାତ୍ୟାର ରୂପ ରେଖ କିଭଳି ରହିବ ତାହା ଏବେ ସ୍ପଷ୍ଟ ହୋଇନାହିଁ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ଆଉ ବାତ୍ୟାର ପ୍ରଭାବ ଓଡିଶାରେ ରହିବ କି ନାହିଁ ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ କି ବାତ୍ୟା କେଉଁ ଉପକୂଳ ଦେଇ ଗତି କରିବ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ । ତେବେ ୧୩ ତାରିଖରୁ ୧୭ ତାରିଖ ଯାଏଁ ଓଡିଶା ଉପରେ ଏହାର ପ୍ରଭାବ ପଡିବନି ବୋଲି ଆଇଏମଡି ଡିଜି ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking