34.1 C
Bhubaneswar
Thursday, April 25, 2024
Homeଓଡିଶା୫ରୁ ଆରମ୍ଭ ହେବ ଓଟିଇଟି ପାଇଁ ଫର୍ମ ପୂରଣ

୫ରୁ ଆରମ୍ଭ ହେବ ଓଟିଇଟି ପାଇଁ ଫର୍ମ ପୂରଣ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାଇଁ ଆସନ୍ତା ୫ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ଓଟିଇଟି ପେପର-୧ ଏବଂ ପେପର-୨ ପରୀକ୍ଷା ପାଇଁ ଏହି ଫର୍ମପୂରଣ ସମୟ ସୀମା ଆସନ୍ତା ୧୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି । ଏନେଇ ବୋର୍ଡ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ପରୀକ୍ଷା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ବୋର୍ଡର ୱେବ୍‌ସାଇଟ୍‌ରେ ଫର୍ମପୂରଣ କରିବା ଲାଗି ଅବଗତ କରାଯାଇଛି । ଯାଞ୍ଚ ସମୟରେ ଆବଶ୍ୟକ ସାର୍ଟିଫିକେଟ୍‌ ନ ଥିଲେ କିମ୍ବା ସୂଚନାରେ କୌଣସି ତ୍ରୁଟି କିମ୍ବା ସାର୍ଟିଫିକେଟ୍‌ ଉପରେ ସନ୍ଦେହ ହେଲେ ପ୍ରାର୍ଥୀଙ୍କ ଆବେଦନ ନାକଚ କରି ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking