38.1 C
Bhubaneswar
Tuesday, April 23, 2024
Homeଅପରାଧଘରେ ପଶି ପୁରୁଣାକାଠ ଜବତ , ରଫାଦଫା ପାଇଁ ନଅ ହଜାର ଟଙ୍କା ଦାବିକଲେ ଫରେଷ୍ଟର

ଘରେ ପଶି ପୁରୁଣାକାଠ ଜବତ , ରଫାଦଫା ପାଇଁ ନଅ ହଜାର ଟଙ୍କା ଦାବିକଲେ ଫରେଷ୍ଟର

ମୟୂରଭଞ୍ଜ : ପଦାରେ ପଡିଲା ବନବିଭାଗର ଦାଦାଗିରି । ସର୍ଚ୍ଚ ୱାରେଣ୍ଟ ନ ଥାଇ ବେଆଇନ ଭାବେ ଘରେପଶି ଜବତ କଲା ପୁରୁଣାକାଠ । ପରେ କରିଥିବା କାର୍ଯ୍ୟ ବେଆଇନ ଏବଂ ଭୁଲ ଜାଣିପାରି ପୀଡିତ ପରିବାରକୁ ଡକାଇ ରଫାଦଫା ପାଇଁ ନଅ ହଜାର ଟଙ୍କା ଦାବି କରିଥିଲେ ଫରେଷ୍ଟର । ତାହା ପୁଣି ଉପରିସ୍ଥ ଅଧିକାରୀ ରେଞ୍ଜରଙ୍କ ଉପସ୍ଥିତିରେ । ତେବେ ଘଟଣା ପ୍ରଘଟ ହେବାରୁ ପୋଲିସର ପରାମର୍ଶରେ କରିଥିବା କହି ଖସିଯିବାକୁ ଚେଷ୍ଟା କରିଛନ୍ତି ସଂପୃକ୍ତ ଫରେଷ୍ଟର । ଚତୁରତାରେ ପୋଲିସକୁ ଘଟଣା ସହ ଯୋଡ଼ି ପରୋକ୍ଷରେ ପୀଡ଼ିତଙ୍କୁ ଭୟଭୀତ କରି ଘଟଣାକୁ ଚପାଇବା ଉଦ୍ୟମରେ ବିଫଳ ହୋଇଛନ୍ତି ଫରେଷ୍ଟର । ତେବେ ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନବିଭାଗର କପ୍ତିପଦା ଫରେଷ୍ଟର କରିଥିବା ଅଭିଯୋଗରୁ ଜଣାପଡ଼ିଛି । ବନବିଭାଗର ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ ଦାଦାଗିରି ଦେଖାଇବାକୁ ଯାଇ ପରେ ହଟହଟା ହୋଇଛନ୍ତି କପ୍ତିପଦା ଫରେଷ୍ଟର ।
ଘଟଣା ଅନୁଯାୟୀ, ଡାହିସାହି କିଶୋର ବେହେରାଙ୍କ ଘରେ ପଶି ବେଧଡକ ଭାବରେ ୨୦ବର୍ଷ ତଳର ପୁରୁଣା ମୂଲ୍ୟବାନ କାଠକୁ ଜବତ କରି ହଇରାଣ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଜବତ ପୁରୁଣା କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଅନ୍ୟପଟେ ଭୁଲ କରିଥିବା ଜାଣିବାପରେ ପରିବାର ଲୋକଙ୍କୁ ଡାକି ୯ ହଜାର ଟଙ୍କାରେ କେଶ ରଫାଦଫା କରିବା ସହିତ ପୋଲିସ ପ୍ରେସରରେ କରିଦେଲି ବୋଲି ଫରେଷ୍ଟର ଶୋଭାକର ସିଂ କହୁଛନ୍ତି ପୁଣି ତାଙ୍କର ଉପରିସ୍ଥ ଅଧିକାରୀ ରେଞ୍ଜର ମହେଶ୍ୱର ସିଂ ସାମ୍ନାରେ । ତେବେ ଘଟଣାକୁ ନେଇ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ କହନ୍ତି ଏହାଏକ ସାଙ୍ଘାତିକ ଭୁଲ କରିଛି ବନ ବିଭାଗ ।
ପରିବାର ଲୋକଙ୍କ କହିବା ମୁତାବକ ୧୪ ଜୁନ ୨୦୧୯ରେ ଡାହିସାହିର କିଶୋର ଚନ୍ଦ୍ର ବେହେରାଙ୍କ ଘରେ କପ୍ତିପଦା ଫରେଷ୍ଟର ପଶି ଘରେ ଥିବା ମୂଲ୍ୟବାନ ପୁରୁଣାକାଠକୁ ଜବତ କରିଥିଲେ । ସେପଟେ ଘରେ ମାଆ କୁମନ୍ଦିନୀ ବେହେରାଙ୍କୁ ଛାଡି କୌଣସି ଏକ ଅଭିଯୋଗରେ ପରିବାର ଲୋକେ ଉଦଳା କାରାଗାରରେ ଥିଲେ । ଏହାଜାଣି ମଧ୍ୟ ପରିବାର ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ ଫରେଷ୍ଟର ଶୋଭାକର ସିଂ ବନ କର୍ମଚାରୀ ମିଶି ଗୁହାଳରେ ଥିବା ବ୍ୟବହୃତ ମୂଲ୍ୟବାନ କାଠକୁ ଜବତ କରି ଏକ ମାମଲା ରୁଜୁକରି ତଦନ୍ତ କରିଥିଲେ । ଡ଼ିସେମ୍ବର 19 ତାରିଖରେ ଫରେଷ୍ଟର ନିଜ ଭୁଲକୁ ସ୍ୱୀକାର କରିବା ସହିତ ପରିବାରର ବଡ଼ପୁଅ ହେମନ୍ତ ବେହେରା, ସାନପୁଅ ବସନ୍ତ ବେହେରାଙ୍କୁ ନିଜ ଅଫିସକୁ ଡାକି ମାମଲାର ରଫାଦଫା କରିବାସହିତ ପୋଲିସ ପ୍ରେସରରେ ଭୁଲ କରିଥିବା ମାନିଛନ୍ତି । କେଶକୁ ରଫାଦଫା କରିବା ପାଇଁ ୯ ହଜାର ଟଙ୍କାରେ ଛିଡାଉଥିବା ଭିଡିଓ ଲାଗିଛି ONA ନ୍ୟୁଜ ହାତରେ । ଦେଖନ୍ତୁ ଫରେଷ୍ଟର ଶୋଭାକାର ସିଂ କେମିତି ରେଞ୍ଜର ମହେଶ୍ୱର ସିଂ ମିଶି କେଶକୁ ରଫାଦଫା କରିବାକୁ ଯୋଜନା ଚଳାଇଛନ୍ତି । ସେପଟେ ପ୍ରଶ୍ନ ଉଠୁଛି ପୁରୁଣାକାଠକୁ ଜବତ କରିବା ବେଆଇନ ହୋଇଥିବାବେଳେ କିପରି ଫରେଷ୍ଟର ଜବତ କଲେ ସେନେଇ ବନବିଭଗର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରିଛି ।
ଅପରପଟେ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱବତାରକ କହିଛନ୍ତି ଫରେଷ୍ଟର ଭୁଲ କାମ କରିଛି । ତେବେ ସଂପୃକ୍ତ ଫରେଷ୍ଟରଙ୍କ ପତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କୌଣସି ପତିକ୍ରିୟା ରଖିବାକୁ ମନା କରିଦେଇଥିଲେ । ତେବେ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ୫ଟି କାର୍ଯ୍ୟକାରୀ କରିଥିବା ବେଳେ ଏବେ ୫ଟି ର କରାମତି ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି । ଅନ୍ୟପଟେ ଏନେଇ ସଂପୃକ୍ତ ବନବିଭାଗ କର୍ମଚାରୀଙ୍କ ଉପରେ କେବେ ଓ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବନବିଭାଗ ଦେଖିବାକୁ ବାକି ରହିଲା ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking