31.1 C
Bhubaneswar
Friday, March 29, 2024
Homeଓଡିଶାଜଙ୍ଗଲ ନିଆଁରେ ପୋଡ଼ି ୱାଚର ଗୁରୁତ୍ତର

ଜଙ୍ଗଲ ନିଆଁରେ ପୋଡ଼ି ୱାଚର ଗୁରୁତ୍ତର

ମୟୂରଭଞ୍ଜ- ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଳିଗଲେ ୱାଚର , ଗୁରୁତର ଅବସ୍ଥାରେ ଉଦ୍ଧାର ହସ୍ପିଟାଲରେ ଭର୍ତ୍ତି।

ମୟୁରଭଂଜ ଜିଲ୍ଲାରେ ପ୍ରତ୍ୟେକ ଦିନ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସୁଛି। ତେବେ ଆଜି ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ ଅଧୀନ ବାଦାମପାହାଡ଼ ରେଞ୍ଜ ଅନ୍ତର୍ଗତ ଉକାମପାହାଡ଼ ଜଙ୍ଗଲର ୩ଟି ଜାଗାରେ ନିଆଁ ଲାଗିବା ଖବର ପାଇ ଟିଆକାଠି ଡୁଙ୍ଗୁରୀ ସାହି ବନସୁରକ୍ଷା ସମିତି ନିଆଁ ଲିଭାଇବା ପାଇଁ ଅଣ୍ଟା ଭିଡିଥିଲା। ନିଆଁ ଲିଭାଉଥିବା ବେଳେ ହଠାତ ସାମ୍ନାପଟୁ ପବନ ଦେବା ଫଳରେ ଜଣଙ୍କର ଦେହରେ ନିଆଁ ଲାଗିଯାଇଥିଲା । ସହଯୋଗୀମାନେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ଯୁବକଜଣକ ବନ ବିଭାଗର ଟିଆକାଠି ବନସୁରକ୍ଷା ସମିତିର ୱାଚର ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି। ପୀଡ଼ିତ ଯୁବକଜଣକ ହେଲେ ବିଶୋଇ ବ୍ଲକ ଟିଆକାଠି ଗ୍ରାମର ଗୋବିନ୍ଦ ଟୁଡୁ । ବନସୁରକ୍ଷା ସମିତିର ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବନ ବିଭାଗ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking