29.4 C
Bhubaneswar
Thursday, April 18, 2024
Homeଓଡିଶାକୁଡୁମୁଲୁଗୁମ୍ମା ରେ ୭୨ ତମ ବନମହୋତ୍ସବ ପାଳିତ

କୁଡୁମୁଲୁଗୁମ୍ମା ରେ ୭୨ ତମ ବନମହୋତ୍ସବ ପାଳିତ

କୁଡୁମୁଲୁଗୁମ୍ମା : ,ମାଲକାନଗିରି ଜିଲ୍ଲାରେ ୭୨ ତମ “ବନ ମହୋତ୍ସବ ସପ୍ତାହ” ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ପାଳିତ ହୋଇ ଆସୁଛି । ଆଜି ବାଲିମେଳା ରେଞ୍ଜର ରାମଚନ୍ଦ୍ର ମାଡକାମୀ ଙ୍କ ନେତୃତ୍ବରେ କୁଡୁମୁଲୁଗୁମ୍ମା ର ତହସିଲ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି । ବିଶେଷ କରି ଚମ୍ପା, ଜାମୁକୋଳି,କରଞ,ପଣସ ପ୍ରଭୃତି ୧୦୦ ଗୋଟି ଚାରା ଲଗାଇବା ସହ ଚାରା ଗୁଡିକର ସୁରକ୍ଷା ପାଇଁ ଜାରବାଡି ଦ୍ୱାରା ଆଚ୍ଛାଦିତ କରି ସୁରକ୍ଷିତ କରାଯାଇଛି । କାର୍ଯ୍ୟକ୍ରମ ର ଶୁଭାରମ୍ଭ ସରପଞ୍ଚ ପହଲା ପାଙ୍ଗି ଏକ ଚାରା ରୋପଣ କରି କରିଥିବା ବେଳେ ଏହି ମହୋତ୍ସବ ରେ କୁଡୁମୁଲୁଗୁମ୍ମା ବନାଞ୍ଚଳ ଦାୟିତ୍ବ ରେ ଥିବା ସମୀର ଜେନା , ସୋମନାଥପୁର ବନାଞ୍ଚଳ ଦାୟିତ୍ବରେ ଥିବା ଶଶାଙ୍କ ଶେଖର ଦାଶ, ବନରକ୍ଷୀ ଲକ୍ଷ୍ମୀ କୱ।ସୀ, ତହସିଲ ସୁପରଭାଇଜର କାମେଶ୍ୱର ପଣ୍ଡିତ, ସମାଜସେବୀ ଗୋପୀ ପାଙ୍ଗି, ଭଗବାନ ସାହୁ ଓ ହୃଷୀକେଶ ସେଠି ପ୍ରମୁଖ ଯୋଗଦେଇ ତାରା ରୋପଣ କରିଥିବା ଜଣାପଡିଛି । ବିଶେଷ କରି ସ୍ଥାନୀୟ ଜନ ସାଧାରଣ କୁ ଜଙ୍ଗଲ ସମ୍ପଦର ଉପକାରୀତା ବନ୍ୟ ଜନ୍ତୁ ସଂରକ୍ଷଣ ଜଙ୍ଗଲ କୁ ନିଆ ଦାଉରୁ ରକ୍ଷା କରିବା ଉପରେ ସଚେତନତା କରାଯିବା ସହ ଜଙ୍ଗଲ ଦ୍ବାରା ପରିବେଶ ସୁରକ୍ଷା ପ୍ରଚୁର ଅମ୍ଳଯାନ ସୃଷ୍ଟି ପ୍ରାକୃତିକ ଜ୍ୟୈବିକ ସାର ଉତ୍ପାଦନ ବିଶେଷ କରି ଜଙ୍ଗଲ ଯୋଗୁଁ ଆଦିବାସୀ ଅଞ୍ଚଳରେ ଜଙ୍ଗଲ ଜାତଦ୍ର୍ୟବ ସଂଗ୍ରହ କରି ଲୋକଙ୍କ ଜୀବନ ଜୀବିକାର ଉନ୍ନତି ଘଟିଥାଏ ବୋଲି ରେଞ୍ଜର ଶ୍ରୀ ମାଡକାମୀ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking