31.1 C
Bhubaneswar
Tuesday, April 23, 2024
Homeଓଡିଶାମାଲକାନଗିରିରେ ଫସିଛନ୍ତି ୮ ବିଦେଶୀ

ମାଲକାନଗିରିରେ ଫସିଛନ୍ତି ୮ ବିଦେଶୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ୮ଜଣ ବାଙ୍ଗଲାଦେଶ ପର୍ଯ୍ୟଟକ ଫସି ରହିଥିବା ଜଣାପଡ଼ିଛି । ଜିଲ୍ଲାର ଏମ ଭି-୯୦ ଗ୍ରାମର ନିଜ ସମ୍ପର୍କୀୟଙ୍କ ଘରେ ଏକ ଉତ୍ସବରେ ଯୋଗ ଦେବାକୁ ଗତ ଜାନୁଆରୀ ୮ ତାରିଖରେ ବାଙ୍ଗାଲାଦେଶରୁ ଏହି ପର୍ଯ୍ୟଟକମାନେ ଭାରତ ଆସିଥିଲେ । କିନ୍ତୁ କରୋନା ଭୂତାଣୁ ଯୋଗୁଁ ହଠାତ ଲକଡାଉନ ଘୋଷଣା ହେବାରୁ ଏମାନେ ଫସି ରହିଛନ୍ତି । ସମସ୍ତ ବସ୍‌, ଟ୍ରେନ ବାତିଲ ହୋଇଥିବାରୁ ନିଜ ଦେଶକୁ ଫେରିବା କଷ୍ଟକର ହୋଇପଡ଼ିଛି । ଜନତା କର୍ଫ୍ୟୁ ଦିନଠାରୁ ଏମାନେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ନିଜ ଦେଶକୁ ଫେରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି । ଖାଇବା ପିଇବାରେ କୌଣସି ଅସୁବିଧା ହେଉନଥିବା ବେଳେ ଭିଜା ଅବଧି ପୂର୍ବରୁ ଦେଶ ଫେରିବା ନେଇ ସେମାନଙ୍କର ଚିନ୍ତା ଦ୍ୱିଗୁଣିତ ହୋଇଛି । ଏମାନେ ହେଲେ ବାଙ୍ଗାଲାଦେଶର ପୋଲହାନ ଜିଲ୍ଲାର ଚୈତାଳୀ ସରକାର, ରସମେୟା ରାୟ, ରିତା ରାୟ, କାଳିଦାସ ସରକାର, ସବିତା ସରକାର, ସୁବିରକାନ୍ତି ବିଶ୍ୱାସ, ପ୍ରଦୀପ ମଣ୍ଡଲ, ରତିନ୍ଦ୍ରନାଥ ସରଦାର । ତେବେ ସୁରକ୍ଷିତ ଭାବେ ବାଙ୍ଗାଲାଦେଶକୁ ଫେରାଇ ନେବା କିମ୍ବା ଭିସାର ଅବଧି ବଢ଼ାଇବା ପାଇଁ ଏମାନେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ଭାରତ ସରକାର ସମେତ ବାଙ୍ଗାଲାଦେଶ ସରକାରଙ୍କୁୁ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking