27.1 C
Bhubaneswar
Thursday, April 25, 2024
Homeଓଡିଶାଦୁବାଇ ଇନଭେଷ୍ଟର୍ସ ମିଟ୍‌ରୁ ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ

ଦୁବାଇ ଇନଭେଷ୍ଟର୍ସ ମିଟ୍‌ରୁ ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ

ଭୁବନେଶ୍ୱର : ଆଜି ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକଙ୍କ ସହ ଆଲୋଚନା କରିଥିଲେ । ପୁଞ୍ଜିନିବେଶ ନିମନ୍ତେ ଓଡ଼ିଶାର ଅନୁକୂଳ ପରିବେଶ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରାଇଥିଲେ । ଗତଦୁଇ ବର୍ଷ କରୋନା ସତ୍ତ୍ୱେ ଓଡ଼ିଶା ପୁଞ୍ଜିନିବେଶ ବନ୍ଦ କରିନାହିଁ । ଖଣିଜ ପଦାର୍ଥ, ମାନବ ସମ୍ବଳ, ଦକ୍ଷ ତଥା ପ୍ରଭାବଶାଳୀ ବିନିଯୋଗ ସୁବିଧା ତଥା ଓଡିଶାର ପ୍ରଗତିଶୀଳ ନୀତି ଓ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଛନ୍ତି । ଦେଶରେ ମିଳୁଥିବା କ୍ରୋମାଇଟ୍ ଭଣ୍ଡାରର ୯୬ ପ୍ରତିଶତ,୯୨ ପ୍ରତିଶତ ନିକେଲ୍‌, ୫୩ ପ୍ରତିଶତ ବକ୍ସାଇଟ୍‌, ୪୫ ପ୍ରତିଶତ ମାଙ୍ଗାନିଜ୍‌, ୩୫ ପ୍ରତିଶତ ଲୁହାପଥର ଏବଂ ୨୩ ପ୍ରତିଶତ କୋଇଲା ଓଡ଼ିଶାରେ ରହିଛି ।

ଭାରତରେ ଯେତେ ଖଣିଜ ସମ୍ପଦ ରହିଛି ତାହାର ସିଂହ ଭାଗ ଓଡ଼ିଶା ପାଖରେ ରହିଛି । ଏହା ଭାରତରେ ଇସ୍ପାତ, ଷ୍ଟେନଲେସ୍ ଷ୍ଟିଲ୍‌, ଫେରୋ ଆଲୋଇସ୍‌, ଆଲୁମିନା ଏବଂ ଆଲୁମିନିୟମ୍ ର ସର୍ବ ବୃହତ ଉତ୍ପାଦକ ହୋଇପାରିଛି । ଓଡ଼ିଶାରେ ମଧ୍ୟ ଭାରତର ୧୧ ପ୍ରତିଶତ ଜଳସମ୍ପଦ ରହିଛି । ରାଜ୍ୟରେ୪୮୦ କିଲୋମିଟର ଲମ୍ବା ଉପକୂଳ ଅଛି ଯାହା ବନ୍ଦର ସ୍ଥାପନ ତଥା ଆନ୍ତର୍ଜାତୀୟ ବାଣିଜ୍ୟ ପାଇଁ ପ୍ରଥମ ପସନ୍ଦ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ନିବଶେକମାନଙ୍କୁ ଉଦବୋଧନ ଦେବା ପରେ ବିଭିନ୍ନ କମ୍ପାନୀ ମୁଖ୍ରମାନଙ୍କ ସହ ୱାନ ଟୁ ୱାନ ସାକ୍ଷତ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ କେଉଁ କ୍ଷେତ୍ରରେ ନିବେଶ କରିବେ ତାହା ଆଲୋଚନା କରିଛନ୍ତି । କମ୍ପାନୀ ମୁଖ୍ୟମାନଙ୍କ ସହ ଆଲୋଚନା ପରେ ରାଜ୍ୟରେ ବ୍ୟାପକ ନିବେଶ ପ୍ରତିଶ୍ରୁତି ପାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାପରେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଏମିବିଟିସିକୁ ମଧ୍ୟ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଟ୍ୱିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦୁବାଇର ସରାଫ୍ ଗ୍ରୁପ ଓଡ଼ିଶାରେ ପୁଞ୍ଜି ଖଟାଇବ । ଲଜିଷ୍ଟିକ୍ କ୍ଷେତ୍ରରେ ପୁଞ୍ଜି ଲଗାଇବା ସରାଫ୍ ଗ୍ରୁପ୍ । ଗତ ୨ ବର୍ଷରେ ଓଡିଶାରେ ବିନିଯୋଗ ହୋଇଛି ୩ ଲକ୍ଷ ୭୫ ହଜାର କୋଟି । କୋଭିଡ ସତ୍ତ୍ୱେ ରାଜ୍ୟର ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିବ ଶୋଭା ଲିମିଟେଡ । ମେଟାଲ ଓ ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି ଶୋଭା ଗ୍ରୁପ୍ । ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ଶୋଭା ଲିମିଟେଡର ଅଧ୍ୟକ୍ଷ ।

ଦୁବାଇର ଦି ଓବରଏ ବିଜନେସ ୱେ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି. କେ ପାଣ୍ଡିଆନ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଓ ଇପିକଲର ବରିଷ୍ଠ ଅଧିକାରୀ ସାମିଲ ଥିଲେ । ଏହି ଅବସରରେ ଟିମ ଓଡ଼ିଶା ପକ୍ଷରୁ ଏକ ବିଜନେସ ଟୁ ବିଜନେସ(ବିଟୁବି) ଆଲୋଚନା ହୋଇଛି । ଜେଏସଡବ୍ଲ୍ୟୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ, ପାରାଦ୍ୱୀପ ଫସଫେଟ ଲିମିଟେଡ଼ର ଅଧ୍ୟକ୍ଷ ସରୋଜ ପୋଦାର, ହିଣ୍ଡାଲକୋର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସତୀଶ ପାଇ, ବେଦାନ୍ତ ଆଲୁମିନିୟମର ସିଇଓ ରାହୁଲ ଶର୍ମା, ଇମ୍ଫାର ମ୍ୟାନେଜିଂ ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା, ଆଇଓସିଏଲର ନିର୍ଦ୍ଦେଶକ ସୁଜୋୟ ଚୌଧୁରୀ ଓ ଟାଟା ଷ୍ଟିଲର ଉପସଭାପତି ରାଣକ୍ୟ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking