34.1 C
Bhubaneswar
Friday, March 29, 2024
Homeଅପରାଧମହିଳାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ

ମହିଳାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ଗଣଦୁଷ୍କର୍ମ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଲଜ୍ଜା । ମହିଳାଙ୍କୁ ଜୋର ଜବରଦସ୍ତ ମଦ ପିଆଇ ଦୁଷ୍କର୍ମ କଲେ ୫ ପିଶାଚ । ଦୁଷ୍କର୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ପୀଡିତା ପ୍ରଥମେ ଲୋକ ଲଜ୍ଜ୍ୟାକୁ ଭୟ କରି ଚୁପ୍ ରହିଥିଲେ । କିନ୍ତୁ ପରେ ନିଜ ସ୍ୱାମୀଙ୍କୁ ସବୁକଥା କହିଥିଲେ । ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ କରିଛି । ଅନ୍ୟମାନଙ୍କୁ ଧରିବାକୁ ଖୋଜାଖୋଜି କରାଯାଉଛି । ଅଭିଯୋଗ ଅନୁସାରେ, ଗତ ୧୭ ତାରିଖ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଯାହା ଶୁଣିବାକୁ ମିଳୁଛି, ମହିଳାଙ୍କର ତାଙ୍କ ଗାଁର ଜଣେ ଯୁବକଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ଯୁବକ ଜଣକ ତାଙ୍କ ଘରକୁ ଅନେକ ସମୟରେ ଯିବା ଆସିବା କରୁଥିଲେ । ସେ ମହିଳାଙ୍କୁ ଏକ ମୋବାଇଲ ମଧ୍ୟ ଦେଇଥିଲେ ।

ଅନେକ ସମୟରେ ଦୁହେଁ ମୋବାଇଲ ଯୋଗେ କଥାବାର୍ତ୍ତା ହେଉଥିଲେ । ଗତ ୧୭ ତାରିଖ ଦିନ ଯୁବକ ଜଣକ ମହିଳାଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାମୀ ଡକାଇଥିବା କହିଥିଲେ ଏବଂ ତାଙ୍କୁ ଗାଁ ବାହାରେ ଏକ ଶୂନଶାନ୍ ଜାଗାକୁ ନେଇ ଯାଇଥିଲେ । ସେଠାର ପୂର୍ବରୁ ଯୁବକଙ୍କ ୪ ସହଯୋଗୀ ଉପସ୍ଥିତ ଥିଲେ । ଏହାପରେ ୫ ଜଣ ଯାକ ମିଶି ମହିଳାଙ୍କୁ ଜୋର ଜବରଦସ୍ତ ମଦ ପିଆଇଥିଲେ ଏବଂ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ଅଭିଯୁକ୍ତମାନେ ସେଠାରେ ତାଙ୍କ ଛାଡି ଫେରାର୍ ହୋଇଯାଇ ଥିଲେ ।

ପରେ କୌଣସି ମତେ ପୀଡିତା ନିଜ ଘରେ ପହଞ୍ଚି ଥିଲେ । କିନ୍ତୁ ଦୁଷ୍କର୍ମକାରୀଙ୍କ ଧମକ ଓ ଲୋକଲଜ୍ଜ୍ୟାକୁ ଭୟ କରି ପ୍ରଥମେ ସେ କାହାରିକୁ କିଛି ଜଣାଇ ନଥିଲେ । ହେଲେ ପରେ ନିଜ ସ୍ୱାମୀଙ୍କୁ ନିଜ ସହ ଘଟିଥିବା ପ୍ରତିଟି ଘଟଣା ଜଣାଇଥିଲେ । ଏହାପରେ ଗତ ୨୫ ତାରିଖ ଦିନ ପୀଡିତା ନିଜ ସ୍ୱାମୀଙ୍କ ସହ ଥାନାରେ ପହଞ୍ଚି ୫ ଜଣଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ବର୍ତ୍ତମାନ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ଗତ କିଛି ଦିନ ତଳେ ଉତ୍ତରପ୍ରଦେଶରେ ଦୁଇ ଦଳିତ ଉଭଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଗାଁର କିଛି ଯୁବକ ଦୁଇ ନାବାଳିକା ଉଭଣୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିଲେ । ଝୁଲନ୍ତା ଅବସ୍ଥାରେ ସେମାନଙ୍କ ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking