39.1 C
Bhubaneswar
Wednesday, April 24, 2024
Homeସ୍ୱାସ୍ଥ୍ୟଓଜନ ହ୍ରାସ ପାଇଁ ଜିରା ପାଣି

ଓଜନ ହ୍ରାସ ପାଇଁ ଜିରା ପାଣି

ଭୁବନେଶ୍ୱର : ବହୁ ପୁରାତନ କାଳରୁ ଜିରାର ବ୍ୟବହାର ହୋଇ ଆସୁଅଛି। ସିରିଆରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳିଥିବା ଜିରା ଗୁଡ଼ିକ ଦ୍ୱିତୀୟ ନିୟୁତ ଖ୍ରୀଷ୍ଟପୂର୍ବର ବୋଲି ଅନୁମାନ କରାଯାଏ। ଏହା ମିଶରର କେତେକ ପୁରାତନ ପ୍ରତ୍ନତାତ୍ତ୍ୱିକ ଖନନରୁ ମଧ୍ୟ ମିଳିଅଛି । ଆଜିକାଲି ଲୋକେ ଗୋଲମରିଚ ଗୁଣ୍ଡ ରଖିଲାପରି ପୁରାତନ କାଳରେ ଗ୍ରୀକ୍ ଲୋକମାନେ ନିଜ ଖାଇବା ଟେବୁଲରେ ଜିରାଗୁଣ୍ଡ ରଖିଥାନ୍ତି । ଏପରିକି ଆଜି ମଧ୍ୟ ମରୋକୋରେ ଏଇ ପ୍ରଥା ପ୍ରଚଳିତ। ରୋମ ଦେଶର ରୋଷେଇରେ ମଧ୍ୟ ଏହାର ପ୍ରଚଳନ ଦେଖିବାକୁ ମିଳେ। ମଧ୍ୟଯୁଗରେ ସ୍ପେନ ଓ ମଲଟାକୁ ଛାଡ଼ି ଇଉରୋପର ଅଧିକାଂଶ ଅଞ୍ଚଳରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା । ସ୍ପେନ ଓ ପର୍ତ୍ତୁଗାଲର ନାବିକ ମାନଙ୍କଦ୍ୱାରା ଏହା ଆମେରିକାକୁ ଆସିଥିଲା। ଜିରା ବିଭିନ୍ନ ପ୍ରକାରର। ଏଥିମଧ୍ୟରୁ କଳା ଓ ଧଳା ଜିରା ଅଧିକ ପ୍ରସିଦ୍ଧ ଯାହା ପାରସ୍ୟ ରୋଷେଇରେ ବ୍ୟବହାର କରାଯାଏ। କଳାଜିରା ନାମରେ ଆଉ ଏକ ମସଲା ଅଛି, ଯାହା ଦେଖିବାକୁ ତ୍ରିପଣ୍ଡ କଳା ରଙ୍ଗର, ଏହା ରୂପ ଓ ଗୁଣ ସାଧାରଣ ଜିରାଠାରୁ ଭିନ୍ନ।

ପ୍ରତିଦିନ ସକାଳେ ଖାଲିପେଟରେ ଜିରା ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଯୋଗୁଁ ଆପଣ ଜିମ୍‌ ଯିବାକୁ ବା ଅନ୍ୟ କୌଣସି ପ୍ରକାରର ବ୍ୟାୟାମ କରିବାକୁ ସମୟ ପାଉ ନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ନିୟମିତ ଖାଲି ପେଟରେ ଜିରା ପାଣି ପିଇବା ଦ୍ୱାରା ଆପଣ ନିଜର ଓଜନ ହ୍ରାସର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇପାରିବେ ।

 ଜିରା ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଓ ମିନେରାଲ୍ସ ମହଜୁଦ ଥିବାରୁ ଏହା ପାଚନ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଏହାବ୍ୟତୀତ ଏହାକୁ ପିଇଲେ ବାନ୍ତି ସମସ୍ୟା, ମର୍ଣ୍ଣିଂସିକ୍‌ନେସ୍‌, ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରେ ବା ଡିଟକ୍ସ କରେ: ଜିରାରେ ବହୁ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ମହଜୁଦ ଥିବାରୁ ଏହା ଶରୀରର ବିଷାକ୍ତ ପଦାର୍ଥ ନିଷ୍କାସନ କରିବାରେ ସହାୟକ ହୋଇଥାଏ।

ରାତିରେ କିଛି ଜିରା ଅଳ୍ପ ପାଣିରେ ବତୁରାଇ, ସକାଳେ ଖାଲି ପେଟରେ ସେହି ଜିରା ପାଣିକୁ ପିଇବା ଦ୍ୱାରା ଏସିଡିଟି ଓ ଗ୍ୟାସ୍‌ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ଜିରା ପାଣିରେ ପ୍ରଚୁର ମାତ୍ରାରେ ଆଇରନ୍‌ ମହଜୁଦ ଥିବାରୁ ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାସହିତ ଏଥିରେ ମହଜୁଦ ଥିବା ଭିଟାମନ୍‌ ଏ ଓ ଭିଟାମିନ୍‌ ସି ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୁକ୍ତ ଅଟେ।

ଜିରା ପାଣି ପିଇଲେ ଶରୀରର ମେଟାବୋଲିଜମ୍‌ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥାଏ। ଏହାସହିତ ସକାଳେ ଖାଲି ପେଟରେ ଏକ ଗ୍ଲାସ୍‌ ଜିରା ପାଣି ପିଇଲେ ଦିନରେ ବାରମ୍ବାର ଭୋକ ଲାଗେନାହିଁ। ଜିରାପାଣି ପାଚନ କ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ। ଏହିସବୁ କାରଣରୁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ କରିଥାଏ: ଜିରା ଶରୀରରେ ଖରାପ କୋଲେଷ୍ଟ୍ରୋଲ ତିଆରି ହେବାକୁ ଦିଏନାହିଁ। ଏହା ସହିତ ଶରୀରରେ ଚର୍ବିର ପରିମାଣ କମ୍‌ କରିବାରେ ମଧ୍ୟ ସହାୟକ ହେଉଥିବାରୁ ହାର୍ଟ ଆଟାକ୍‌ ପରି ସମସ୍ୟା ଉପୁଜିବା ଆଶଙ୍କା କମ୍‌ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking