40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୁମ୍ବାଇ ଦମକଳ ବିଭାଗ ଅଧିକାରୀ ପଦରେ ୨ ମହିଳା

ମୁମ୍ବାଇ ଦମକଳ ବିଭାଗ ଅଧିକାରୀ ପଦରେ ୨ ମହିଳା

ମୁମ୍ବାଇ : ଦୁଇ ମହିଳା ଅଗ୍ନିସମନ ଅଧିକାରୀଙ୍କୁ ମୁମ୍ବାଇ ଫାୟାର ବ୍ରିଗେଡ୍ (ଏମଏଫବି)ରେ ଷ୍ଟେସନ ଅଧିକାରୀ (ଏସଓ) ଭାବେ ପଦୋନ୍ନତୀ ମିଳିଛି। ଏମଏଫବିରେ କୌଣସି ମହିଳା ଅଧିକାରୀ ଏସଓ ପଦବୀକୁ ପଦୋନ୍ନତି ପାଇବାର ଏହା ପ୍ରଥମ ଘଟଣା। ସହାୟକ ଷ୍ଟେସନ ଅଫିସର ସୁନୀତା ଖୋତ ଏବଂ ଏସ.ଭି.ଭୋର ଏସଓ ଭାବେ ପଦୋନ୍ନତୀ ପାଇଛନ୍ତି। ଏମାନେ ଗତ ୧୦ ବର୍ଷ ହେଲା ମୁମ୍ବାଇ ଫାୟର ବ୍ରିଗେଡରେ କାର୍ଯ୍ୟ କରି ଆସୁଛନ୍ତି। ସେମାନଙ୍କ କାର୍ଯ୍ୟଦକ୍ଷତା ଓ ଅଭିଜ୍ଞତା ଏସଓ ପଦବୀ ସମ୍ଭାଳିବାରେ ସେମାନଙ୍କର ପାଥେୟ ହେବ ବୋଲି କୁହାଯାଇଛି। ଏହି ଦୁଇ ମହିଳା ଏସଓ ଯଥାକ୍ରମେ ଭାୟଖଲା ଓ ଭଡଲାରେ ନିଯୁକ୍ତ ହେବେ। ଏମଏଫବିଙ୍କ ମୁଖ୍ୟ ଅଗ୍ନିସମ ଅଧିକାରୀ ହେମନ୍ତ ପରବ ଚଳିତବର୍ଷ ୨୩ ଜଣ ଫାୟାରବ୍ରିଗେଡ ଅଧିକାରୀଙ୍କୁ ପଦୋନ୍ନତୀ ଦିଆଯାଇଥିବା କହିଛନ୍ତି। ଏଥିରେ ଦୁଇ ମହିଳା ଅଧିକାରୀ ମଧ୍ୟ ପଦୋନ୍ନତୀ ପାଇଛନ୍ତି। ଷ୍ଟେସନ ଅଫିସର ଭାବେ ପ୍ରଶାସନିକ ଭୂମିକା ନିର୍ବାହ କରିବା ସହିତ ସମ୍ପୂର୍ଣ୍ଣ ଫାୟାର ଷ୍ଟେସନକୁ ଚଳାଇବାକୁ ପଡିଥାଏ। ତେବେ ଏମଏଫବିରେ ଦେଶର ସବୁଠୁ ଅଧିକ ମହିଳା ଆଗ୍ନିକ କାର‌୍ୟ୍ୟ କରୁଛନ୍ତି ବୋଲି ପରବ କହିଛନ୍ତି। ଏଥିରେ ପ୍ରଥମ ଥର ଦୁଇ ମହିଳା ଅଧିକାରୀ ଏସଓ ପଦବୀକୁ ପଦୋନ୍ନତି ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking