22.1 C
Bhubaneswar
Monday, February 10, 2025
Homeଆଇସିସି ଟି -20 ମହିଳା ବିଶ୍ୱକପ 2023ମହିଳା ବିଶ୍ୱକପରେ ପ୍ରଥମ ଥର ପାଇଁ ହେବ ମହା ଚମତ୍କାର; ଆଇସିସି ଟୁର୍ଣ୍ଣାମେଣ୍ଟରେ ରଚିବ ଇତିହାସ

ମହିଳା ବିଶ୍ୱକପରେ ପ୍ରଥମ ଥର ପାଇଁ ହେବ ମହା ଚମତ୍କାର; ଆଇସିସି ଟୁର୍ଣ୍ଣାମେଣ୍ଟରେ ରଚିବ ଇତିହାସ

ନୂଆଦିଲ୍ଲୀ: ଫେବୃୟାରୀ ୧୦ ତାରିଖରୁ ବାଜିବ ମହିଳା ବିଶ୍ୱକପ ବିଗୁଲ । ପ୍ରତ୍ୟେକ ଦଳ ଟ୍ରଫି ଜିତିବା ଆଶାରେ କରିବେ ବିଶ୍ୱଯୁଦ୍ଧ । ତେବେ ଏହି ଟୁର୍ଣ୍ଣାମେଣ୍ଟ ଇତିହାସର ପୃଷ୍ଠାରେ ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି । କାରଣ ଖେଳାଳିଙ୍କ ଠାରୁ ଆରମ୍ଭ କରି ମ୍ୟାଚ ରେଫରୀ ଏବଂ ଅମ୍ପାୟାର ଦାୟିତ୍ୱ କେବଳ ମହିଳାଙ୍କ ଉପରେ ନ୍ୟସ୍ତ ହୋଇଛି । ଏଥିପାଇଁ ନାମ ଘୋଷଣା ହୋଇ ସାରିଛି । ତେବେ ୧୩ ଜଣ ସଦସ୍ୟଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତ ହୋଇଛି ।

ମହିଳା ଟି-୨୦ ବିଶ୍ୱକପ ପାଇଁ ମ୍ୟାଚ ରେଫରି ଏବଂ ଅମ୍ପାୟାରଙ୍କ ତାଲିକା ଘୋଷଣା କରିଛି ଆଇସିସି । ଏହି ତାଲିକାରେ ୧୩ ଜଣ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ୩ ଜଣ ଭାରତୀୟଙ୍କ ନାଁ ଏଥିରେ ସାମିଲ ହୋଇଛି । ତେବେ ଇତିହାସରେ ପ୍ରଥମ ଥର ପାଇଁ ଆଇସିସିର କୌଣସି ଟୁର୍ଣ୍ଣାମେଣ୍ଟରେ ସମସ୍ତ ସଦସ୍ୟ ମହିଳା ରହିବେ । ଆଇସିସିର ମହାପ୍ରବନ୍ଧକ ୱାସୀମ ଖାନ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ମହିଳା କ୍ରିକେଟ ଖୁବ ଆଗକୁ ବଢିପାରିଛି । ତେଣୁ ଉଚ୍ଚତମ ସ୍ତରରେ ମଧ୍ୟ ମହିଳାମାନଙ୍କୁ ପ୍ରୋତ୍ସାହନ ଦେବା ସହ ସୁଯୋଗ ମିଳିବା ଆବଶ୍ୟକ । ଏହି ବିଶ୍ୱକପରୁ ହିଁ ଆମର ଏହି ଯାତ୍ରା ଆରମ୍ଭ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ମହିଳା ବିଶ୍ୱକପ ୨୦୨୩ ଅଧିକାରୀଙ୍କ ତାଲିକାରେ ଭାରତରୁ ୩ ଜଣ ସ୍ଥାନ ପାଇଥିବା ବେଳେ ଦକ୍ଷିଣ ଆଫ୍ରିକାରୁ ୨, ଇଂଲଣ୍ଡରୁ ୨, ଶ୍ରୀଲଙ୍କାରୁ ୨, ନ୍ୟୁଜିଲାଣ୍ଡର ୧, ଅଷ୍ଟ୍ରେଲିଆର ୨ ଏବଂ ୱେଷ୍ଟ ଇଣ୍ଡିଜର ଜଣେ ସଦସ୍ୟ ସ୍ଥାନ ପାଇଛନ୍ତି । ଭାରତର ବୃନ୍ଦା ସେଠୀ ଏବଂ ଏନ.ଜନନୀ ଅମ୍ପାୟାର ଦାୟିତ୍ୱରେ ରହିଥିବା ବେଳେ ଜି.ଏସ ଲକ୍ଷ୍ମୀ ମ୍ୟାଚ ରେଫରୀ ଭୂମିକାରେ ବିଶ୍ୱକପରେ ନଜର ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking