34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୫ ଟଙ୍କାରେ ଯାତ୍ରୀମାନଙ୍କୁ ମିଳିବ ଭାତ, ଡାଲି ଓ ଆଚାର

୧୫ ଟଙ୍କାରେ ଯାତ୍ରୀମାନଙ୍କୁ ମିଳିବ ଭାତ, ଡାଲି ଓ ଆଚାର

ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା ଆଣିଦେଇଛି ରେଲୱେ । ଏବେ ୧୫ ଟଙ୍କାରେ ରେଳ ଯାତ୍ରୀଙ୍କୁ ମିଳିବ ଭାତ-ଡାଲି-ଆଚାର । ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ରାଞ୍ଚି ରେଳ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଷ୍ଟେସନରେ ଜନତା ମିଲ୍ ସୁବିଧା ଉପଲବ୍ଧ କରାଯିବ ।

ଏଥିରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଶସ୍ତା ଦରରେ ଖାଦ୍ୟ ମିଳି ପାରିବ । ଜନତା ମିଲ୍ର ଦୁଇଟି ମେନୁ ରହିବ, ଯେଉଁଥିରେ ଯାତ୍ରୀମାନଙ୍କୁ ଗୋଟିଏ ମିଲ୍ ପିଛା ମାତ୍ର ୧୫ ଟଙ୍କା ଦେବାକୁ ହେବ । ପ୍ରଥମ ମେନୁରେ ସାତ ପୁରୀ, ଆଳୁ ସବଜି (୧୫୦ ଗ୍ରାମ) ଓ ଆଚାର ରହିବ । ଦ୍ୱିତୀୟ ମେନୁରେ ୨୦୦ ଗ୍ରାମ ଭାତ, ୨୦୦ ଗ୍ରାମ ଡାଲି ସାଙ୍ଗକୁ ଆଚାର ମିଳିବ ।

ମୋବାଇଲ୍ ୟୁନିଟ୍ର ସୁବିଧା ପାଇଁ ଯାତ୍ରୀମାନଙ୍କୁ ୫ ଟଙ୍କା ଅତିରିକ୍ତ ଦେବାକୁ ହେବ, ଯିଏକି ଏହି ସୁବିଧା ଉପଲବ୍ଧ କରାଇବ । ଅର୍ଥାତ୍ ଯାତ୍ରୀମାନଙ୍କୁ ୨୦ ଟଙ୍କା ଭରଣା କରିବାକୁ ପଡ଼ିବ । ପୂର୍ବରୁ ବି ଜନତା ମିଲ୍ର ସୁବିଧା ଦୋକାନମାନଙ୍କରେ ଉପଲବ୍ଧ ରହୁଥିଲା, କିନ୍ତୁ ଅନେକ ଷ୍ଟଲ୍ ଏହାର ପାଳନ ସଠିକ୍ ଢଙ୍ଗରେ କରୁ ନ ଥିଲେ । ଏଥର ରେଲୱେ ଏହି ନୂଆ ବ୍ୟବସ୍ଥାକୁ ଶସ୍ତା ଦରରେ ଉପଲବ୍ଧ କରାଇବାକୁ ଆଦେଶ ଦେଇଛି । ସମସ୍ତ ଯାତ୍ରୀମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking