18.1 C
Bhubaneswar
Thursday, December 12, 2024
Homeଓଡିଶାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ଖଣ୍ଡପଡ଼ାରୁ କାଠ ଗଲା

ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ଖଣ୍ଡପଡ଼ାରୁ କାଠ ଗଲା

ଖଣ୍ଡପଡ଼ା :ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥ ନିର୍ମାଣ ନିମେନ୍ତ ଖଣ୍ଡପଡ଼ା ଅଞ୍ଚଳରୁ ୯ ଗୋଟି ଆମ୍ବଗଛ ଗଣ୍ଡି(କାଠ) ଭୁବନେଶ୍ୱର ପଠାଯାଇଥିବା ଜଣାପଡ଼ିଛି । ଖଣ୍ଡପଡା ବନବିଭାଗ ପକ୍ଷରୁ କିଆଝର ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ପରିସର ଏବଂ ଖଣ୍ଡପଡା ସହରାଞ୍ଚଳରୁ ଚିହ୍ନଟ ହୋଇଥିବା ଆମ୍ବଗଛ ଗୁଡିକ କଟାଯିବା ପେର ବାଇପାସ୍ ରାସ୍ତା ପାଶ୍ୱର୍ରେ ଗୁରୁବାର ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ କାଠଗଣ୍ଡିଗୁଡିକ ପୁଜାଚ୍ଚର୍ନା କରାଯାଇଥିଲା ।

ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥୀ, ଅତିରିକ୍ତ ତହସିଲଦାର ଲକ୍ଷ୍ମୀକାନ୍ତ ମଲ୍ଲିକ, ଡେପୁଟି ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାସ, ସିଂଘାପଡା ବନପାଳ ପ୍ରଫୁଲ୍ଲ ନାୟକ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ଟ୍ରକ୍ ଯୋଗେ କାଠଗଣ୍ଡିଗୁଡିକୁ ଭୁବେନଶ୍ୱରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜ ଦେବଙ୍କ ରଥ ଖଳାକୁ ପଠାଯାଇଥିଲା । ଲିଙ୍ଗରାଜ ମନ୍ଦିର ପ୍ରଶାସନର କର୍ମକର୍ତ୍ତା ହେମନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking