''କୋରନା ପାଇଁ ଶିକ୍ଷା"

“ଭରତିଆ  ଚଢେଇ ଓ ଶ୍ରୀକୃଷ୍ଣ “

    ମହାଭାରତ ମହାକାହାଣୀ   ଅନ୍ତିମ ପର୍ଯ୍ୟାୟ ଉପନୀତ ହୋଇ ଆସୁଥାଏ ।ବିଶାଳ କୁରୁକ୍ଷେତ୍ର ପ୍ରାନ୍ତର ରେ ମହାଯୁଦ୍ଧ ହେବାର ଚୁଡାନ୍ତ ହୋଇ ସାରିଥାଏ । ରଣକ୍ଷେତ୍ର ର ପ୍ରସ୍ତୁତି ଚାଲିଥାଏ । ପ୍ରାନ୍ତର ରେ ଥିବା ଅନେକ ବୃକ୍ଷ କୁ ଛେଦନ କରି ଆହୁରି ବୃହଦାକାର ସମତଳ ପ୍ରାନ୍ତର ପ୍ରସ୍ତୁତ କରାଯାଉଥାଏ  । ଏହି ସମୟ ରେ ଯୁଦ୍ଧ ଆରମ୍ଭ ର ପୂର୍ବ ଦିନ ପାଣ୍ଡବ ପକ୍ଷ ର ସେନାପତି ଅର୍ଜୁନ ଓ ତାଙ୍କ ସଖା ତଥା  ତାଙ୍କ ରଥ ରେ ସାରଥି ଭାବରେ ଅବତୀର୍ଣ ହେବାକୁ ଥିବା ଶ୍ରୀକୃଷ୍ଣ ଯାଇଥିଲେ ପ୍ରାନ୍ତର କୁ ପରିଦର୍ଶନ କରିବାକୁ । ଉଭୟ ପକ୍ଷ ର ବିଶାଳ କାୟ ହସ୍ତୀ ମାନଙ୍କୁ ନିୟୋଜିତ କରାଯାଇଥାଏ ବଡ ବୃକ୍ଷ ମାନଙ୍କୁ ଧରାଶାୟୀ କରିବାକୁ । ଏହି ପରି ଏକ ବିରାଟ ବୃକ୍ଷ ର ଶାଖା ରେ ଏକ ଭରତିଆ  ଚଡେଇ ବସା ଟିଏ ବାନ୍ଧି ରହୁଥାଏ ତାର ଖୁବ ସାନ ସାନ ଚାରି ଟି ଶାବକ ସହ । ଶାବକ ମାନଙ୍କ ପକ୍ଷ ବିକଶିତ ହୋଇ ନଥିବାରୁ ସେମାନେ ଉଡି ପାରିବା ଯୋଗ୍ୟ ସେ ଯାଏଁ ହୋଇ ନ ଥାନ୍ତି ।  ଏହି ସମୟ ରେ ଏକ ବିଶାଳ ହସ୍ତୀ ଆସି ବୃକ୍ଷ ଟିକୁ ଧରାଶାୟୀ କରିଦେଲା । ମା ଚଡେଇ ର ବସା ଟି ମଧ୍ୟ ବୃକ୍ଷ ସହିତ ଧରାପୃଷ୍ଠ ରେ ପଡିଲା । ହେଲେ ସୌଭାଗ୍ୟ ବଶତଃ ଚାରିଟି ଯାକ ଶାବକ ଅକ୍ଷତ ଅବସ୍ଥା  ରେ ତଳେ ପଡିଲେ । ମା ଚଡେଇ ଟି ଏହା ଦେଖି ଅତ୍ୟନ୍ତ ଦୁଖିତ  ହୋଇ ଉଡି ଉଡି ଶ୍ରୀକୃଷ୍ଣ ଓ ଅର୍ଜୁନ ଥିବା ଜାଗା କୁ ଆସିଲା  ଓ ଶ୍ରୀକୃଷ୍ଣ ଙ୍କ  ଆଗରେ ରଥ ଉପରେ ବସିଲା । ଆତୁର ଭାବରେ ସେ ଶ୍ରୀକୃଷ୍ଣ ଙ୍କୁ କାହିଲା , “ ହେ ମହାଭାଗ ଶ୍ରୀକୃଷ୍ଣ , ବୃକ୍ଷ ପଡି ଯିବାରୁ ମୋର ଶାବକ ମାନେ ଅସହାୟ ହୋଇ ଭୂମି ଉପରେ ପତିତ ହୋଇଛନ୍ତି । ଯୁଦ୍ଧ ଆରମ୍ଭ ହେଲେ ସେମାନେ ତ ଯୁଦ୍ଧ ର ଅଶ୍ଵ , ଗଜ ମାନଙ୍କ ପାଦ ତଳେ ବା ରଥ ଚକ ତଳେ  ଚାପି ହୋଇ ପ୍ରାଣତ୍ୟାଗ କରିବେ , ମୁଁ ତ ଅସହାୟ ସେମାନଙ୍କୁ ନିରାପଦ ଜାଗା କୁ ନେବାକୁ । “
 ଶ୍ରୀକୃଷ୍ଣ କହିଲେ , “ କାଳ ର ଚକ୍ର ତ ତା ବାଟରେ ଯିବ , ଭାଗ୍ୟ ତ ସମସ୍ତଙ୍କ ନିଶ୍ଚୟ ଫଳିତ ହେବ , ତାକୁ ମୁଁ ବା କିପରି ଅଟକେଇ ପାରିବି ? “
ଏହା ଶୁଣି ମା ଚଡେଇ ଟି ବିବ୍ରତ ନ ହୋଇ  ନମ୍ର ଭାବରେ ପୁଣି କହିଲା , “ ପ୍ରଭୁ ମୁଁ ତ ଆପଣଙ୍କ ଏତେ ଗୂଢ ଦର୍ଶନ କଥା ଜାଣି ନାହିଁ , ତେବେ ଏତିକି ନିଶ୍ଚୟ  ମୁଁ ଜାଣେ ପ୍ରଭୁ , ଆପଣ ହିଁ ତ କାଳ ଚକ୍ର କୁ ପରିଚାଳନା କରନ୍ତି । ଆପଣ ଚାହିଁଲେ ମୋର ଶାବକ ମାନଙ୍କୁ ରକ୍ଷା କରି ପାରିବେ । ମୁଁ ନିଶ୍ଚିତ ହୋଇ ମୋର ଶାବକ ମାନଙ୍କ ଭାଗ୍ୟ ଡୋରି ଆପଣଙ୍କ ହାତ ରେ ଅର୍ପଣ କରୁଛି ଓ  ଆପଣ ଙ୍କ ଶରଣ ହିଁ ନେଲି । “
  ମୃଦୁ ହାସ୍ୟ କଲେ ଶ୍ରୀକୃଷ୍ଣ । ଭରତିଆ   ଚଡେଇ ଟି କୁ କହିଲେ  , “ ତୁମେ ଗୋଟିଏ କାମ କର , ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେଇ ଭୂମି ଉପରେ ଥିବା ବସା ରେ ତିନି ସପ୍ତାହ ପାଇଁ ଯଥେଷ୍ଟ ଖାଦ୍ଯ ଓ ଜଳ ଆଣି ସଞ୍ଚୟ କରି ରଖ ତୁମ ପାଇଁ ଓ ଶାବକ ମାନଙ୍କ ପାଇଁ । ବାକି କଥା ମୋ ହାତ ରେ ଛାଡି ଦିଅ । “ ରଥ ନେଇ ଶ୍ରୀକୃଷ୍ଣ ଓ  ଅର୍ଜୁନନିଜ ଶିବିର କୁ ଚାଲିଗଲେ ଯୁଦ୍ଧ ର ଅନ୍ୟ ପ୍ରସ୍ତୁତି କାର୍ଯ୍ୟ ତଦାରଖ ପାଇଁ ।
  ଦୁଇ ଦିନ ପରେ ଯୁଦ୍ଧ ଆରମ୍ଭ ର ସମୟ ଉପନୀତ ହେଲା ।  ପ୍ରଭାତ ସମୟ ରେ ରଣକ୍ଷେତ୍ର ରେ ର ଉଭୟ ପାର୍ଶ୍ଵ ରେ ଅଗଣିତ ସୈନ୍ୟ ସାମନ୍ତ , ରଥାରୋହୀ , ଅଶ୍ଵାରୋହୀ , ପଦାତିକ ଭାବରେ , ଓ ବିରାଟ ସୁସଜ୍ଜିତ ରଥ ଗୁଡିକ ରେ କୁରୁ ଓ ପାଣ୍ଡବ ପକ୍ଷ ର ସେନାପତି ମାନେ ଅବତୀର୍ଣ । ଉଭୟ ପକ୍ଷ ରୁ  ରଣ ତୁରୀ ଓ ଶଙ୍ଖ ର ନାଦ ରେ ଗଗନ ପବନ ପ୍ରକମ୍ପିତ ହେବାକୁ ଲାଗିଲା , ଯୁଦ୍ଧ ଆରମ୍ଭ ର ସୂଚନା ଦେଇ । ଠିକ୍ ଏହି ସମୟ ରେ ସାରଥି ଶ୍ରୀକୃଷ୍ଣ ରଥ ରୁ ଅବତରଣ କରି ଦଣ୍ଡାୟମାନ ହେଲେ । ସେ ଅର୍ଜୁନ ଙ୍କୁ କହିଲେ , “ ପାର୍ଥ , ତୁମର ଗାଣ୍ଡୀବ ଧନୁ ଓ ଶର ଟିଏ ମୋତେ ଦିଅ ।“  ଅର୍ଜୁନ ହତ ଚକିତ !!!! ଇୟେ କଣ ଶୁଣୁଛନ୍ତି ???  ଶ୍ରୀକୃଷ୍ଣ ଯେ ଯୁଦ୍ଧ ରେ ଆଦୌ ଅସ୍ତ୍ର ଧାରଣ କରିବେ ନାହିଁ , ପ୍ରତ୍ଯକ୍ଷ ଭାଗ ନେବେ ନାହିଁ ବୋଲି ଦୃଢ ଶର୍ତ ଦେଇଥିଲେ ଯେ !!!! ତେବେ ସେ ସଖା ଙ୍କ ଆଦେଶ ମାନି ତାଙ୍କର ଧନୁ ଓ ଶର ବଢେଇ ଦେଲେ ଶ୍ରୀକୃଷ୍ଣ ଙ୍କ ହାତ କୁ । ଶ୍ରୀକୃଷ୍ଣ ତାହା ଧରି ଧନୁ ରେ ଶର ସଂଯୋଗ କରି ସୁଦୂର ରେ ଥିବା କୌରବ ପକ୍ଷ ର ସେଇ ବିଶାଳ ଗଜ ଆଡକୁ ଲକ୍ଷ ସ୍ଥିର କରି ଶର ନିକ୍ଷେପ କଲେ । ଶର ଟି ଯାଇ ଗଜ ର ମସ୍ତକ ରେ ନ ବାଜି ତାର ମସ୍ତକ ରେ ଝୁଲୁ ଥିବା ବିଶାଳ ଧାତବ ଘଣ୍ଟା ର ରଜ୍ଯୁ   ରେ ବାଜିଲା ଓ ତାହା ଛିନ୍ନ ହୋବା ଫଳରେ ବିଶାଳ ଘଣ୍ଟ ଟି ଭୂମି ରେ ପତିତ ହେଲା । ଏହା ଦେଖି ଅର୍ଜୁନ ଆଉ ସମ୍ଭାଳି ପରିଲେ ନାହିଁ  । ପଚାରିଲେ , “ ସଖା ଶ୍ରୀକୃଷ୍ଣ , ଆପଣ ଏ କି କଲେ ? ମତେ କହିଥିଲେ ତ ମୁଁ  ଗଜ ଟିକୁ ଅନାୟାସ ରେ ନିହତ କରି ଦେଇଥାନ୍ତି । ଆପଣ ତ ଲକ୍ଷ୍ୟଚ୍ୟୁତ ମଧ୍ୟ ହେଲେ !!!! “
    ଶ୍ରୀକୃଷ୍ଣ ମୃଦୁ ହାସ୍ୟ କରି ଅର୍ଜୁନ ଙ୍କୁ ଦେଖି କହିଲେ , “ ପାର୍ଥ , ମୁଁ କଣ ଯୁଦ୍ଧ କରୁଥିଲି କି ? ଯୁଦ୍ଧ ତ ତୁମେ କରିବ । ମୁଁ କଣ କଲି ତାହା ତୁମେ ସମଗ୍ର ଯୁଦ୍ଧର  ପରିସମାପ୍ତି ପରେ ଜାଣିବ , ଏବେ ଆସ ପ୍ରକୃତ ଯୁଦ୍ଧ ରେ ହିଁ ମନୋନିବେଶ କରିବା ।“
    ୧୮ ଦିନ ର ମହାଭାରତ ଯୁଦ୍ଧ ସରିଲା । ତାହା ତ ଆପଣ ମାନେ ଜାଣନ୍ତି ମହାଭାରତ ରୁ । କୌରବ ମାନେ ଶେଷ  ହୋଇଗଲେ ମାତ୍ର ତିନି ଜଣଙ୍କୁ ଛାଡି । ଯୁଧିଷ୍ଠିର ଏବେ ହସ୍ତିନାପୁର ର ସମ୍ରାଟ ହେବାକୁ ପଥ ପରିଷ୍କାର ହୋଇଗଲା ।  ତାହା ପରେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ନେଇ କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳ ରେ ଉପନୀତ ହେଲେ । ଯେଉଁ ବିଶାଳ କୁରୁକ୍ଷେତ୍ର ପ୍ରାନ୍ତର ହଜାର ହଜାର ସୈନ୍ୟ , ରଥ , ହସ୍ତୀ , ଗଜ ମାନଙ୍କ ଚିତ୍କାର ରେ  ପ୍ରକମ୍ପିତ ହଉଥିଲା ଗତ ୧୮ ଦିନ କାଳ , ଏବେ ସେଠାରେ ଶ୍ମଶାନ  ତୁଲ୍ୟ ଦୃଶ୍ୟ । ଚାରି ଆଡେ ଜୀବ ମାନଙ୍କ ମୃତ  ଦେହ , ଭଗ୍ନ ରଥ , ବର୍ଜିତ  ଅସ୍ତ୍ର ଶସ୍ତ୍ର ଚାରିଆଡେ ପଡିଥାଏ । ସେହି ମଧ୍ୟ ଦେଇ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ କଢେଇ ନେଲେ ସେହି ସ୍ଥାନ କୁ ଯେଉଁଠି ସେଇ ବିଶାଳ ଧାତବ ଘଣ୍ଟ ଟି ପଡିଥିଲା । ତାକୁ ଉଠେଇବାକୁ କହିଲେ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ । ଅର୍ଜୁନ ତାହା ଉପରକୁ ଉଠେଇଲା ମାତ୍ରେ ତାହା ଭିତରୁ ସେଇ ମା ଚଡେଇ ଟି ଓ ତାର ଚାରି ଶାବକ ଡେଣା ମେଲେଇ ଉଡିକି  ବାହାରି ଆସିଲେ । ୧୮ ଦିନ କାଳ ଯୁଦ୍ଧ ର ବିଭୀଷିକା ମଧ୍ୟ ରେ ମଧ୍ୟ ସେମାନେ ସୁରକ୍ଷିତ ଥିଲେ ସେଇ ଘଣ୍ଟ ଭିତରେ !!!  ଇତି ମଧ୍ୟରେ ଶାବକ ମାନଙ୍କ ଡେଣା ବି ବିକଶିତ ହୋଇ ସାରିଥାଏ ।ସେମାନେ ଶ୍ରୀକୃଷ୍ଣ ଙ୍କ ପଦ ତଳେ ପ୍ରଣାମ କରି କୃତଜ୍ଞତା ଜଣେଇ ମୁକ୍ତ ଆକାଶ କୁ ଉଡି ଗଲେ ନୂତନ ବାସ ସ୍ଥାନ ସନ୍ଧାନ ରେ   ………..
     ସାଂପ୍ରତିକ ପରିସ୍ଥିତି ରେ ଗପ  ଟି ଆମ ମାନଙ୍କ ପାଇଁ ଶିକ୍ଷା ଦଉନି କି ବନ୍ଧୁ ବନ୍ଧବୀ ମାନେ ??? ଅଦୃଶ୍ୟ ଭୂତାଣୁ ର ଏହି ଆକ୍ରମଣ ରେ ଆମେ ବ୍ୟତିବ୍ୟସ୍ତ , ଯୁଦ୍ଧ ରେ ଅବତୀର୍ଣ ସାରା ପୃଥିବୀ ର ମାନବ ଜାତି । ଆଉ ଆମେ କାହିଁକି ଭାବିବା ନାହିଁ ଯେ ଘରେ ରହି ଆମେ ନିଜେ ତଥା ସମସ୍ତ ମାନବ ଜାତି ଯୁଦ୍ଧ ରେ ବିଜୟ  ଲାଭ କରିବା ନାହିଁ ବୋଲି ?? ପରମାତ୍ମା ପରା ଆମକୁ ଘଣ୍ଟ ଘୋଡେଇ ରଖିବେ , କିଛି ବି ହାନି ଆସିବ ନାହିଁ  ଯଦି ଆମେ ନିରାପଦ ରେ ଘରେ ରହିବା , ଯୁଦ୍ଧ ସରିବା ଯାଏ , ସେ ୨୧ ଦିନ ହାଉବା ୪୦ ଦିନ ହଉ ବା ଆହୁରି ଅଧିକ ହଉ , ଆମେ ଜିତିବା , ଆହୁରି ସବଳ ହୋଇ ପୁଣି ବାହାରିବା , ପ୍ରକୃତି ଆହୁରି ଖୁସି ହୋଇ , ସ୍ବଚ୍ଛ ହୋଇ ଆମକୁ ପୁଣି କୋଳେଇ ଯେ ନେବାକୁ ଅପେକ୍ଷା କରିଥିବ ………
ଓଡିଆ ରେ ଗୋଟିଏ ଗୀତ ଅଛି॥ ଯାହା ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଙ୍କ କଣ୍ଠରେ           ……..
ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ
     ଘଣ୍ଟ ଘୋଡାଇ ରଖିଲେ ତ
ନାହିଁ ନାହିଁତ ଜଗବନ୍ଧୁ ପରି ଜଣେ ସାମନ୍ତ”

ସୌଜନ୍ୟ- ଶୋଶଲ ମେଡିଆ