28.1 C
Bhubaneswar
Friday, March 29, 2024
Homeଓଡିଶାଆଉ ରହିବନି ୧୦୨, ଏବେ କେବଳ ୧୦୮

ଆଉ ରହିବନି ୧୦୨, ଏବେ କେବଳ ୧୦୮

ଭୁବନେଶ୍ୱର : ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଭାଗିତାରେ ପ୍ରଚଳିତ ୧୦୮ ଆମ୍ୱୁଲାନ୍ସ ଏବେ ଗର୍ଭବତୀଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବେ । ପୂର୍ବରୁ ଗର୍ଭବତୀ ଏବଂ ନବଜାତକ ଶିଶୁ ମାନଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ୱୁଲାନ୍ସ ସେବାକୁ ୧୦୮ ନମ୍ୱର ସହ ମିଶ୍ରଣ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର ଆମ୍ୱୁଲାନ୍ସ ଆବଶ୍ୟକତା ପାଇଁ କେବଳ ମାଗଣା ୧୦୮ ନମ୍ୱରକୁ ହିଁ କଲ କରିବାକୁ ହେବ । ଏ ସଂପର୍କରେ ସୂଚନା ଦେଇ ଓଡିଶାରେ ୧୦୮ ଆମ୍ୱୁଲାନ୍ସ ପ୍ରକଳ୍ପ ମୁଖ୍ୟ, ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ସରକାରଙ୍କ ଦ୍ୱାରା ଆମ୍ୱୁଲାନ୍ସ ସେବା ପାଇଁ ଏକକ ୧୦୮ ନମ୍ୱର କରାଯିବା ଅତି ଉତ୍ତମ ପଦକ୍ଷେପ । ଏହା ଦ୍ୱାରା ଗର୍ଭବତୀଙ୍କ ଠାରୁ ନେଇ ବିଭିନ୍ନ ରୋଗୀ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯିବାକୁ ହେଲେ କେବଳ ୧୦୮ ନମ୍ୱରକୁ ହିଁ କଲ କରିବେ । ପୂର୍ବରୁ ଗର୍ଭବତୀ ଏବଂ ଏକ ବର୍ଷରୁ କମ ଶିଶୁଙ୍କ ପାଇଁ ପ୍ରଚଳିତ ୧୦୨ ଆମ୍ୱୁଲାନ୍ସ ସେବା ଏବଂ ଏହାର କଲ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରଯାଇଛି । ଏହା ବାଦ ୧୦୨ କଲ ସେଣ୍ଟର ଆବଶ୍ୟକତା ଆଗକୁ ନଥିବା ଦୃଷ୍ଟିରୁ ଏହାକୁ ବନ୍ଦ କରିବା ପ୍ରକ୍ରିୟା ଧିରେ ଧିରେ ଆରମ୍ଭ ହୋଇଯାଇଛି । ଏଥି ନିମନ୍ତେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଆଶାଦିଦି ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ସୂଚନାଥାଉ କି, ଓଡିଶାରେ ମାର୍ଚ୍ଚ ୨୦୧୩ରୁ ଆରମ୍ଭ ହୋଇଥିବା ଏହି ୧୦୮ ଆମ୍ୱୁଲାନ୍ସ ସେବା ବର୍ତ୍ତମାନ ସୁଧା ୫୧ ଲକ୍ଷରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ସ୍ଥାନାନ୍ତର କରିପାରିଛି । ସାରା ଓଡିଶାର ୩୦ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି ସେବା ଉପଲବ୍ଧ । ବର୍ତ୍ତମାନ ସୁଧା ଓଡିଶାରେ ଏହାର ୧୧୨୪ଟି ଆମ୍ୱୁଲାନ୍ସ ଚାଲୁଥିବାବେଳେ ବିଭିନ୍ନ ଜଳବନ୍ଦୀ ଅଞ୍ଚଳମାନଙ୍କ ପାଇଁ ୬ଟି ବୋଟ ଆମ୍ୱୁଲାନ୍ସ ମଧ୍ୟ ଚାଲିଛି । ୧୦୮ ଆମ୍ୱୁଲାନ୍ସର କ୍ରିୟୁ ମେମ୍ୱରମାନେ ସହରରୁ ଆରମ୍ଭ କରି ବିଭିନ୍ନ ଉପାନ୍ତ ଅଞ୍ଚଳରେ ରୋଗୀମାନଙ୍କୁ ବିଭିନ୍ନ ସେବା ଯୋଗାଇ ଆସୁଛନ୍ତି । ବିଭିନ୍ନ ସମୟରେ ଏହାର କର୍ମଚାରୀମାନେ ନିଜ କାର୍ଯ୍ୟକ୍ଷେତ୍ରରୁ ବାହାରକୁ ଯାଇ ରୋଗୀମାନଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ଯେଉଁଠି ରାସ୍ତା ନଥାଏ ବା ଖରାପ ରାସ୍ତା ଥାଏ ଆମ୍ୱୁଲାନ୍ସ କର୍ମୀ ରୋଗୀମାନଙ୍କୁ ତାଙ୍କ ଘରୁ ଷ୍ଟ୍ରେଚରରେ ଅନେକ କି.ମି ଚାଲି ଆମ୍ୱୁଲାନ୍ସ ପାଖକୁ ନେଇ ଆସନ୍ତି ତ କେଉଁଠି ରୋଗୀଙ୍କର ରକ୍ତ ଦରକାର ପଡିଲେ ୧୦୮ ଆମ୍ୱୁଲାନ କର୍ମୀ ରକ୍ତଦାନ ମଧ୍ୟ କରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking