34.1 C
Bhubaneswar
Friday, March 29, 2024
Homeଓଡିଶାମର୍ଣ୍ଣିଙ୍ଗ ଷ୍ଟାର ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ମର୍ଣ୍ଣିଙ୍ଗ ଷ୍ଟାର ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର)- ସ୍ଥାନୀୟ ମିଶନ ଖେଳପଡିଆଠାରେ ମର୍ଣ୍ଣିଙ୍ଗ ଷ୍ଟାର ଫ୍ରେଣ୍ଡସ୍ ଏସୋସିଏସନ ତରଫରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ୧୦ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବରେ ସଦର ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନି ଉତ୍ସବରେ ସମ୍ମାନିତ ଅତିଥିଭାବେ ବିଜେଡି ଯୁବ ସଭାପତି ଲୋଟସ ଷଢ଼ଙ୍ଗୀ ଯୋଗଦେଇଥିଲେ । ସେହିପରି ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଫାଓ ସଭାପତି ତଥା ଜିଲ୍ଲା କ୍ରୀଡାସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସମ୍ମାନିତ ଅତିଥିଭାବେ ଜିଲ୍ଲା କ୍ରୀଡାସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଓ ଉପସଭାପତି  କୃଷ୍ଣଚନ୍ଦ୍ର ମିଶ୍ର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜୟୀ ୟୁନାଇଟେଡ୍ ଟିମ୍‌କୁ ଟ୍ରଫି ଓ ନଗଦ ୭ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ ଏବଂ ଉପବିଜେତା ଦଳକୁ ସମ୍ମାନିତ ଅତିଥି ଶ୍ରୀ ପୁଜାରୀ ଟ୍ରଫିସହ ୫ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାନ ଅଫଦ ମ୍ୟାଚ ଖେଳାଳି ସୁବ୍ରତ ପାତ୍ରଙ୍କୁ ୫ଶହ ଟଙ୍କା ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ପ୍ରଦାନ କରିଥିଲେ । ଆଜିର ଏହି ଖେଳକୁ ଅବଦୁଲ ମୁଜିବ, ନରସିଂହ ସ୍ୱାମୀ ନାଇଡୁ, ସୁଦୟ ବାରିକ, ବିଜୟ କୁମାର ରଣା, ଖଲିଉର ରେହେମାନ, ସଂଜିବ ମହାରଣା, ପ୍ରଫୁଲ୍ଲ ବଗତ୍ତି, କାତ୍ତିକ ଚନ୍ଦ୍ର ବାରିକ, ସୁଶାନ୍ତ ନାଗ ପ୍ରମୁଖ ପରିଚାଲନା କରିଥିଲେ । ମର୍ଣ୍ଣିଙ୍ଗଷ୍ଟାର ଏସୋସିଏସନର ଜିତୁ ଦଲେଇ, କାତ୍ତିକ ବାରିକ, ଭବାନି ମହାନନ୍ଦ, ଜିତେନ ଦୀପ, ମକାରୁ ଦୀପ, ଶରତ ସେଠ୍‌, ଅନୁପ ସାଏ, ଗବର ବଗତ୍ତି, ପ୍ରଫୁଲ୍ଲ ବଗତ୍ତି, ସଞ୍ଜିବ ମହାରଣା, ଅନନ୍ତ ଥପା ଦୀଲିପ ବିଶ୍ୱାଲ, ସନ୍ତୋଷ ନାଏକ, ଖଗପତି ପ୍ରଧାନ ପ୍ରମୁଖ ଆୟୋଜନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଆଇନ ଜିବୀ ସୁଧିର ଚନ୍ଦ୍ର ପଣ୍ଡା,ଅମନ ନାଗ, ଶରତ ନନ୍ଦ, ଚଗଲା ପରିଚ୍ଛା, କାଳିଆ ବେହେରା, ବିକ୍ରମ ପାତ୍ର, ବିଭୁକଲ୍ୟାଣ ଗଡତ୍ୟା, ନିଶାରକାନ୍ତ ନାଗ, ବିଭୁତି ଭୂଷଣ ପଣ୍ଡା,ତ୍ରିନାଥ ସାହୁ,  ଶ୍ରୀଧର ସେଠ୍‌, ବିରେନ୍ଦ୍ର ସୁନା ପ୍ରମୁଖ ଯୋଗଦେଇ  ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ଧାରା ବିବରଣୀ ହେମନ୍ତ ବେହେରା ପ୍ରଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking