28.1 C
Bhubaneswar
Friday, March 29, 2024
Homeଓଡିଶାବାରିପଦା ଠାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବାରିପଦା ଠାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ମୟୁରଭଞ୍ଜ : ଗ୍ରାମାଞ୍ଚଳ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେଇ ସରକାରୀ ସ୍ତରରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି ରାଜ୍ୟ ସରକାର। ଗ୍ରାମାଞ୍ଚଳରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଇ ମନୋନୀତ କୃତୀ କ୍ରୀଡ଼ାବିତଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା କ୍ରୀଡ଼ାରେ ସାମିଲ କରାଇବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟଉଦ୍ଧେଶ୍ୟ ରହିଆସିଛି। ତେଣୁ ସ୍ପେଶାଲ ଡେଭଲୋପଣ୍ଟକାଉନସେଲିଂ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୟୂରଭଞ୍ଜ ଜିଲ୍ଲା ବାରିପଦା ଠାରେ ଆୟୋଜନ କରାଯାଇଛି।
ରାଜ୍ୟ ସରକାର ,ଏସଡ଼ିସି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ବାରିପଦା ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।
ଏହି ଟୁର୍ଣ୍ଣାମେଣ୍ଟରେ ବାରିପଦା ,ସୁନ୍ଦରଗଡ଼,ନୟାଗଡ଼ ,ଗଞ୍ଜାମ,ରାୟଗଡା ,ମାଲକାନଗିରି, ଗଜପତି ଭଳି ୧୦ଟି ଜିଲ୍ଲାର ଫୁଟବଲଟିମ ଭାଗନେଇଛନ୍ତି। ଏହି ଟୁର୍ଣ୍ଣମେଣ୍ଟ ଆଜି ୨୪ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଚାଲିବାର ସୂଚନା ମିଳିଛି। ତେବେ ଆଜିତାରିଖରୁ ୨୮ ତାରିଖ ଯାଏ ବାରିପଦାରେ ଅନୁଷ୍ଠିତ ହୋଇଛି। ଏହି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାଆମେଣ୍ଟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ପୂର୍ବତନ ଏସ୍ଡ଼ିସି ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ରାଜ୍ୟ ଏସ୍ଡ଼ିସି କମିଟି ସଦସ୍ୟ ଡ଼ଃ ପ୍ରିୟବ୍ରତ ମାଝିଙ୍କ ସହିତ ଅନ୍ୟ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏସ୍ଡ଼ିସି ପକ୍ଷରୁ ଆୟୋଜିତ ହୋଇଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ଖେଳାଳିମାନେ ବେଶ ଉତ୍ସାହିତ ଥିବାବେଳେ ଜିଲ୍ଲା ଏଥଲେଟିକ ଏସୋସିଏସନ ଏବଂ ଜିଲ୍ଲା ଏସଡ଼ିସି ପକ୍ଷରୁ ପିଇବାପାଣିର ବ୍ୟବସ୍ଥା ହୋଇନଥିବା ଭଳି ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଥିବା କଥା କହିଛନ୍ତି କ୍ରୀଡ଼ାବିତ।ସେପଟେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀମାନଙ୍କ ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ଥିବାରୁ ଏବଂ ଆଦିବାସୀ କ୍ରୀଡ଼ାବିତଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଏକ ଭଲ ପ୍ଲାଟଫିର୍ମ ବୋଲି କହିଛନ୍ତି ପୂର୍ବତନ ମୟୂରଭଞ୍ଜ ଏସ୍ଡ଼ିସି ଅଧ୍ୟକ୍ଷ ଏବଂ ରାଜ୍ୟ ଏସ୍ଡ଼ିସି କମିଟି ସଦସ୍ୟ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking