34.1 C
Bhubaneswar
Thursday, April 25, 2024
Homeଓଡିଶାସାଇଟ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଅନୁଗୁଳ ହୋମଗାର୍ଡ ଓ ବଲାଙ୍ଗିର ଇଲେଭେନ୍‌ଷ୍ଟାର ବିଜୟୀ

ସାଇଟ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଅନୁଗୁଳ ହୋମଗାର୍ଡ ଓ ବଲାଙ୍ଗିର ଇଲେଭେନ୍‌ଷ୍ଟାର ବିଜୟୀ

ବଲାଙ୍ଗିର (ଦେବାଶିଷ ମିଶ୍ର)- ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମ ଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି ଆନୁକୁଲ୍ୟରେ ଅନୁଷ୍ଠିତ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଖେଳରେ ହୋମଗାର୍ଡ ଅନୁଗୁଳ୨-୧ ଗୋଲରେ ସାଇଟ ସ୍ପୋଟ୍ସ ସୋସାଇଟିକୁ ହରାଇ ବିଜୟୀ ହୋଇଛି । ସେହିପରି ଦ୍ୱିତୀୟ ଖେଳରେ ଇଲେଭେନ୍‌ଷ୍ଟାର ବଲାଙ୍ଗିର ୪-୦ ଗୋଲରେ ସଂଘର୍ଷ କ୍ଳବ ଭୁବନେଶ୍ୱରକୁ ହରାଇ ବିଜୟୀ ହୋଇଛି । ବଲାଙ୍ଗିର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସିଷ୍ଟାଣ୍ଡ କଲେକ୍ଟର ସନ୍ତୋଷ କୁମାର ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ।
 
ଆୟୋଜନ କମିଟର ଅଧ୍ୟକ୍ଷ ତଥା ଫାଓ ଓଡିଶା ଓ ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ର, ସାଙ୍ଗଠାନିକ ସମ୍ପାଦକ ଡ. ସିଦ୍ଧେଶ୍ୱର ମିଶ୍ର, ସାଇଟ ଡିପ୍ଳୋମା ଅଧ୍ୟକ୍ଷା ଇଂ ନମିତା ପଟେଲ, ସାଇଟ ନର୍ସିଂ ଅଧ୍ୟକ୍ଷା ସ୍ନିଗ୍ଧା ମିନତି ଦାନୀ ମଂଚାସୀନ ଥିଲେ । ଦ୍ୱିତୀୟ ଖେଳରେ ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, କ୍ରୀଡାସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର, କ୍ରିଡାବିତ ସୁଧିର ଚନ୍ଦ୍ର ପଣ୍ଡା, କୋଚ୍ ଚଗଲା ପରିଚ୍ଛା, କ୍ରୀଡାବିତ ଜ୍ୟେତିରାଜ ନାଗ, କ୍ରୀଡାସଂଗଠକ ହେମନ୍ତ କୁମାର ବେହେରା, ଗରୁଡଧ୍ୱଜ ସାଏ ଅତିଥିଭାବେ ଯୋଗଦେଇଥିଲେ । ଖେଳକୁ ସୁବ୍ରତ ପୁରୋହିତ, ନରର୍ସିଂ ସ୍ୱାମୀ ନାଇଡୁ, ନିସାରକାନ୍ତ ନାଗ, ଦେବରାଜ ନାହାକ, ସୁଦର୍ଶନ ସେଠ୍ ଓ ମ୍ୟାଚ କମିଶନର ସୁନିଲ ଚନ୍ଦ୍ର ବିଶ୍ୱାଳ ପରିଚାଲନା କରିଥିଲେ । ୧୩ ତାରିଖ ଶୁକ୍ରବାର ପ୍ରଥମ ଖେଳ ସ୍ପୋର୍ଟ୍ସ ହଷ୍ଟେଲ ଭବାନିପାଟଣା ବନାମ ୟୁନିଟ ୬ ଭୁବନେଶ୍ୱର ଓ ଦ୍ୱିତୀୟ ଖେଳ ବୋରା ସମ୍ବର ସ୍ପୋଟିଂ ପଦମ୍‌ପୁର ବନାମ ପଦ୍ମଶ୍ରୀ ସ୍ପୋଟିଂ ଫୁଲବାଣି ମଧ୍ୟରେ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking