17.1 C
Bhubaneswar
Saturday, December 14, 2024
Homeଦେଶ ବିଦେଶଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ, ୮୦ ଆହତ

ଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ, ୮୦ ଆହତ

ଆନଣ୍ଟାନାରିଭୋ: ଆଫ୍ରିକୀୟ ଦେଶ ମାଡାଗାସ୍କାରର ଏକ ଷ୍ଟାଡିୟମରେ ଦଳାଚକଟା ହୋଇଛି । କ୍ରୀଡାପ୍ରେମୀଙ୍କ ମଧ୍ୟରେ ଦଳଚକଟା ହେବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି । ଶୁକ୍ରବାର କିଆଞ୍ଜା ବାରିଆ ମହାମାସିନା ଷ୍ଟାଡିୟମରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଉଦଘାଟନୀ ସେରିମନି ଦେଖିବାକୁ ଷ୍ଟାଡିୟମ ଭିତରକୁ ଏକା ସାଙ୍ଗରେ ୫୦ ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ପ୍ରବେଶ ସମୟରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି ।

ଡାଗାସ୍କାର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆନ ନଟସେ ଆନଣ୍ଟାନାରିଭୋ ଏକ ଡାକ୍ତରଖାନାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି । ମାଡାଗାସ୍କାରରେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆନ ଓସେନ ଆଇଲାଣ୍ଡ ଗେମ୍ସର ଆୟୋଜନ କରାଯାଇଛି । ୧୯୭୭ ମସିହାରୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ଏହା ଆରମ୍ଭ ହୋଇଥିଲା । ଏଥିରେ ମରିସିଅସ୍‌, ସିସେଲ୍ସ, କୋମୋରୋସ୍‌, ମାଡାଗାସ୍କର, ମାୟୋଟ, ରେୟୁନିଅନ୍ ଏବଂ ମାଲଦ୍ୱୀପର ଆଥଲେଟ୍ସମାନେ ସାମିଲ ହୋଇଥାନ୍ତି ।

ଉଦଘାଟନୀ ସମାରୋହରେ ଉପସ୍ଥିତ ଥିବା ମାଡାଗାସ୍କାର ରାଷ୍ଟ୍ରପତି ଆଣ୍ଡ୍ରି ରାଜୋଲିନା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ କହିଥିଲେ । ଷ୍ଟାଡିୟମ ଭିତରେ ପ୍ରବେଶ ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ସେଠାରେ ଦଳାଚକଟା ହେବାରୁ କିଛି ଦର୍ଶକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା କହିଥିଲେ ରାଷ୍ଟ୍ରପତି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ସୂଚାନକୁ ଅପେକ୍ଷା କରାଯାଇଛି । ୨୦୧୯ ମସିହାରେ କିଆଞ୍ଜା ବାରିଆ ମହାମାସିନା ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି ଉପୁଜିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking