28.9 C
Bhubaneswar
Wednesday, April 17, 2024
Homeଓଡିଶାକୋଚ୍ ଶିବ ପ୍ରସାଦ ସ୍ମାରକୀ ଫୁଟବଲ : ଆଠଗାଁ ଓ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ବିଜୟୀ

କୋଚ୍ ଶିବ ପ୍ରସାଦ ସ୍ମାରକୀ ଫୁଟବଲ : ଆଠଗାଁ ଓ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ବିଜୟୀ

 
ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋଟିଂ, ଖଲିଆପାଲି ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ଆନୁକୁଲ୍ୟରେ କୋଚ ଶିବ ପ୍ରସାଦ ସ୍ମାରକୀ ଓ ଖଲିଆପାଲି କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦୁଇଗୋଟି ଖେଳ ଅନୁଷ୍ଠିତ ହୋଇଛି । ଶିବପ୍ରସାଦ ସ୍ମାରକୀ ଖେଳରେ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର ୧-୦ ଗୋଲରେ ସୋନପୁର ବିଏସ୍‌ଏଫକୁ ହରାଇ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ସେହିପରି ଖଲିଆପାଲି କପ୍ ଫୁଟ୍‌ବଲ ଖେଳରେ ଆଠଗାଁ ୬-୧ ଗୋଲରେ କୁଶମେଲ କୁ ହରାଇ ବିଜୟୀ ହୋଇଛି । ଅତିଥିଭାବେ ପିଡବ୍ଳୁଡି ଏସ୍‌ଡିଓ ମନୋଜ କୁାମର ମହାନନ୍ଦ କ୍ରିଡାସଂସଦର ବରିଷ୍ଠ ସଦସ୍ୟ ଡା.ସିର୍ଦ୍ଧେଶ୍ୱର ମିଶ୍ର, ପ୍ରକୃତି ବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ଶିକ୍ଷକ ସୁରେନ୍ଦ୍ର ନାଏକ, ଖଲିଆପାଲି ବିଦ୍ୟାଳୟ ସଭାପତି ବଲଦେବ ସାହୁ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡାସଂଗଠକ ହେମନ୍ତ କୁମାର ବେହେରା, ଫୁଟବଲ କୋଚ୍ ପରାସର ବାଗ, ଆୟୋଜନ କମିଟି ଅଧ୍ୟକ୍ଷ ଅଭିମନ୍ୟୁ ପାଣ୍ଡେ, କ୍ରିଡାସଂଗଠକ ଚିତ୍ତ ରଂଜନ ବିଶ୍ୱାଳ, ମନୋରଂଜନ ବିଶ୍ୱାଳ, ପ୍ରସାନ୍ତ ପ୍ରଧାନ,ସୁର୍ଯ୍ୟମଣି ସୁନା, ସୁକଦେବ ସାହୁ,କହ୍ନାଇ ଗଡତିଆ, ଅଜିତ ଉଦ୍‌ଗାତା ମଂଚାସୀନଥିଲେ । ଖେଳଦ୍ୱୟକୁ ସୁଦୟ ବାରିକ, ଦେବାଶିଷ ବାଗ, ସଂଜିବ ମହାରଣା ଓ ପ୍ରଫୁଲ୍ଲ ବଗତ୍ତିି ପରିଚାଳନା କରିଥିଲେ । ୨୧ ତାରିଖ ଶନିବାର ପ୍ରଥମ ଖେଳ କାଲସାଏପାଲି ବନାମ ବ୍ଳେକଡାଇମଣ୍ଡ ଓ ଦ୍ୱିତୀୟ ଖେଳ ଜରାସିଂହା ବନାମ ଅମାମୁଣ୍ଡା ମଧ୍ୟରେ ହେବ ବୋଲି କମିଟି ଅଧ୍ୟକ୍ଷ ଅଭିମନ୍ୟୁ ପାଣ୍ଡେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking