30.1 C
Bhubaneswar
Thursday, April 25, 2024
Homeଓଡିଶାସାଇଟ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଇଲେଭେନ୍ ଷ୍ଟାର ବଲାଙ୍ଗିର ଚାମ୍ପିଆନ

ସାଇଟ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଇଲେଭେନ୍ ଷ୍ଟାର ବଲାଙ୍ଗିର ଚାମ୍ପିଆନ

ବଲାଙ୍ଗିର(ଦେବାଶିଷ ମିଶ୍ର) ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି ଆନୁକୁଲ୍ୟରେ ଅନୁଷ୍ଠିତ ୫୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଉଦ୍‌ଯାପିତ ହୋଇଯାଇଛି । ଇଲେଭେନଷ୍ଟାର ବଲାଙ୍ଗିର ୫-୦ ଗୋଲରେ ଭବାନିପାଟଣା ସ୍ପୋଟ୍ସ ହଷ୍ଟେଲକୁ ହରାଇ ଚାମ୍ପିଆନ ହୋଇଛି । ଅତ୍ୟନ୍ତ ଚିତାକର୍ଷକ ଖେଳରେ ଭବାନିପାଟଣାଦଳର ରକ୍ଷଣଭାଗ ଖେଳାଳିଙ୍କ ଦୁର୍ବଳତାର ଫାଇଦା ଉଠାଇ ବଲାଙ୍ଗିର ଦଳ ଗୋଲଦେଇଥିଲେ । ମୁଖ୍ୟ ଅତିଥିଭାବେ ଫୁଟବଲ ଏସୋସିଏସନ ଅଫ ଓଡିଶା ତଥା ବଲାଙ୍ଗିର ଜିଲ୍ଲା କ୍ରୀଡାସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଯୋଗଦେଇ ବିଜେତା ଦଳଙ୍କୁ ଟ୍ରଫି ସହ ନଗଦ ୨୦ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥିଭାବେ ବଲାଙ୍ଗିର ବ୍ଳକ ଚେୟାରମ୍ୟାନ ଗୋଲାପ ବାଗ ଯୋଗଦେଇଥିଲେ । ଆୟୋଜନ କମିଟି ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ ସାଙ୍ଗଠନିକ ସମ୍ପାଦକ ଡ. ସିଦ୍ଧେଶ୍ୱର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କ୍ରୀଡାବିତ ସୁନିଲ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା ଫୁଟବଲ ସମ୍ପାଦକ ନିସାରକାନ୍ତ ନାଗ, କୋଷାଧ୍ୟକ୍ଷ ଆଦିତ୍ୟ ପଟ୍ଟନାୟକ,ପୁର୍ବତନ କ୍ରୀଡାବିତ ଗରୁଡ ଧ୍ୱଜ ସାଏ ମଂଚାସିନ ଥିଲେ । ଖେଳକୁ ସୁବ୍ରତ ପୁରୋହିତ, ନରର୍ସିଂ ସ୍ୱାମୀ ନାଇଡୁ, ଦେବରାଜ ନାହାକ ଓ ଶରତ ନନ୍ଦ ପରିଚାଲନା କରିଥିଲେ । ଡ. ପ୍ରମୋଦ କୁମାର ମିଶ୍ର, ଇଶ୍ୱର ମଚ୍ଛଖଣ୍ଡ, ଦେବାଶିଷ ପଟ୍ଟନାୟକ ତଥା ସାଇଟ ସ୍ପୋଟ୍ସ ସୋସାଇଟିର ସଭ୍ୟମାନେ ସହଯୋଗ କରିଥିଲେ । ପରିଶେଷରେ ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking