39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଫୁଡ୍ ପଏଜନିଂ: ହସ୍ପିଟାଲ୍‌ରେ ୨୧ ଜବାନ

ଫୁଡ୍ ପଏଜନିଂ: ହସ୍ପିଟାଲ୍‌ରେ ୨୧ ଜବାନ


ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲା ମଲେଦା କ୍ୟାମ୍ପ୍‌ରେ ଆଇଟିବିପି ଓ ସିଏଏଫ୍‌ର ୨୧ ଜବାନ ଫୁଡ୍ ପଏଜିଂର ଶିକାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସମସ୍ତ ଜବାନଙ୍କୁ ନନ୍‌ଭେଜ୍ ଖାଦ୍ୟ ପରିବେଷଣ କରାଯାଇଥିଲା ଏବଂ ଏହି କାରଣରୁ ଫୁଡ୍ ପଏଜିଂ ହୋଇଥିଲା । ସମସ୍ତ ଜବାନଙ୍କୁ ଚିକିତ୍ସା ପାଇଁ ଖୈରାଗଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତେ ବିପଦମୁକ୍ତ ବୋଲି ଖୈରାଗଡ଼ ବିଏମ୍‌ଓ ବିବେକ ବିସେନ କହିଛନ୍ତି । ଅନ୍ୟପକ୍ଷରେ ସମସ୍ତ ଜବାନଙ୍କର ଉନ୍ନତ ଚିକିତ୍ସା ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଫିସ ତରଫରୁ ସ୍ଥାନୀୟ ଜିଲ୍ଲା ଅଧିକାରୀ ଓ ପୁଲିସ ଅଧୀକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking