ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ୍ୟୁ

ଭୁବନେଶ୍ୱର : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ମୃତ୍ୟୁବରଣ କରିଥିବା ୩ ପିଲାଙ୍କ ବୟସ- ୧୨,୭ ଓ ୩ ବର୍ଷ। ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି। ତେବେ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତଥ୍ୟ ସଂଗ୍ରହ ପାଇଁ ଗାଁ ରେ ଡାକ୍ତରୀ ଟିମ ପହଁଚିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here