34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ଯୋଦ୍ଧାଙ୍କ ନିଆରା ସମାଜସେବା

କରୋନା ଯୋଦ୍ଧାଙ୍କ ନିଆରା ସମାଜସେବା

               ଯାଜପୁର ରୋଡ : କରୋନା ଯୁଦ୍ଧରେ ଯୋଦ୍ଧା ପରି ଲଢାଇ କରୁଛନ୍ତି ଯୁବ ସମାଜସେବୀ ତଥା ଫ୍ରିଡ଼ମ ଅର୍ଗାନାଇଜେସନ ର ଭାଇସ ଚେୟାରମ୍ୟାନ ଶ୍ରୀ ଶାସ୍ତ୍ରୀ ବାହାଦୂର ପ୍ରଧାନ।ତାଙ୍କ ନେତୃତ୍ୱରେ କରୋନା ସଂକ୍ରମିତ ରୋଗୀଙ୍କୁ କଣ୍ଟେନମେଣ୍ଟରେ ରଖିବା ତାଙ୍କର ଖାଦ୍ୟପେୟର ସୁବନ୍ଦୋବସ୍ତ କରିବା,କୋଭିଡ-୧୯ ସଂକ୍ରମଣରୁ ରକ୍ଷା ନିମନ୍ତେ ନୋଜମାକ୍ସ,ସାନିଟାଇଜର,ସାବୁନ ବଣ୍ଟନ କରିବା ,ଅନଗ୍ରସର ଓ ପଛୁଆ ବର୍ଗର ଲୋକଙ୍କୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ସାହାର୍ଯ୍ୟ ଆକାରରେ ଯୋଗାଇଦେବା,ଜିଲ୍ଲାର ବିଭିନ୍ନ ପୋଲିସ ପୋଷ୍ଟରେ କର୍ତବ୍ୟରତ ପୋଲିସ ମାନଙ୍କୁ ପଇଡ ପାଣି,ଥଣ୍ଡା ପାଣି,ତରଭୂଜ କାଟି ଖାଇବାକୁ ଦେବା ଭଳି ଅନେକ ମହନୀୟ କାର୍ଯ୍ୟକରି ପ୍ରସଂଶା ସାଉଁଟି ଛନ୍ତି।
ରସୁଲପୁର ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ କୁଜିବର ଗ୍ରାମର ପ୍ରଭାକର ପ୍ରଧାନଙ୍କ ପୁଅ ଶାସ୍ତ୍ରୀ ବାହାଦୂର ନିଜ ପଞ୍ଚାୟତର କୁଜିବର,ପୋଡାଜାଗୁଳାଇ ,ଟିକରପଡା ଆଦି ଗ୍ରାମ ପାଖରୁ କାର୍ଯ୍ୟକ୍ରମ ଆରମ୍ଭ କରି ଯାଜପୁର ରୋଡ଼ ଏବଂ ଯାଜପୁର  ଜିଲ୍ଲାର ପାଖ ଆଖ ବିଭିନ୍ନ ଅଞ୍ଚଳରେ ଗରିବ ଲୋକଙ୍କୁଅଟା, ଚାଉଳ, ଡାଲି,ଆଳୁ, ,ଲୁଣ,ମୁଢି, ଚୁଡା, ବିସ୍କୁଟ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟିବା  ସହ ଗତ ଦୁଇ ମାସରୁ ଏ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯାଜପୁର ରୋଡ଼ ର ବିଭିନ୍ନ ଅଞ୍ଚଳ ରେ ଯଥା:ଲେପ୍ରୋସି କଲୋନୀ, ଚୋରଦା ବାଇପାସ, ନହକା ବାଇପାସ,ଆଦିବାସୀ ଡାବ ସାହି, ଯାଜପୁର ମେଡିକାଲ, ଦଳା ବାଇପାସ ଜାଗାରେ ବି ଖାଦ୍ୟ ଯୋଗାଇ ଆସୁଛନ୍ତି।ଏହି କାର୍ଯ୍ୟକ୍ରମରେ କୁଆଖିଆ ଥାନାଅଧିକାରୀ ମନୋଜ କୁମାର ସ୍ବାଇଁ ମଧ୍ୟ ଯୋଗ ଦେଇ ବଣ୍ଟନ କାର୍ଯ୍ୟକୁ ପ୍ରୋତ୍ସାହିତ  କରିଥିଲେ।ନିଜ ବଗିଚା ନଡିଆ ଗଛରୁ ପଇଡ ପାରି ଚଣ୍ଡିଖୋଲରୁ କୁଆଖିଆ, ଯାଜପୁର ଟାଉନ, ପନିକୋଇଲି ଓ କଳିଙ୍ଗନଗର ଶିଳ୍ପାଞ୍ଚଳ ପୋଲିସ ପୋଷ୍ଟରେ ନିୟୋଜିତ, କର୍ତବ୍ୟରତ ପୋଲିସମାନଙ୍କୁ ଶୁଦ୍ଧ ପଇଡ ପାଣି,ଥଣ୍ଡା ଜଳ ଓ ତରଭୂଜ କାଟି ଖାଇବାକୁ ଦେଇଛନ୍ତି।
ସେହିପରି ମଧୁବନ ଓ ଟିକରପଡାର ବିଭିନ୍ନ ଗ୍ରାମରେ ଅସହାୟ ଗରିବ ଆଦିବାସୀ ପରିବାରଙ୍କୁ ଶୁଖିଲା ଖାଦ୍ୟ,ନୋଜମାକ୍ସ,ଅତ୍ୟାବଶ୍ୟାକ ସାମଗ୍ରୀ ବାଣ୍ଟିଥିଲେ।ଗ୍ରାମର ବିକାଶ ମଲ୍ଲୀକ,ଅଶୋକ ମଲ୍ଲୀକ,ସରତ ପ୍ରଧାନ,ସୁନୀଲ ରାଉତ,ଜିତେନ୍ଦ୍ର ପ୍ରଧାନ,ସୁବଳ ବେହେରା,ପ୍ରଶଂଜିତ ପ୍ରଧାନ ଏବଂ ଯାଜପୁର ରୋଡ଼ ରୁ ସମ୍ବିତ ମହାନ୍ତି, ଜୟପ୍ରକାଶ ଶ୍ରୀବାସ୍ତଭ,ସୌମେନ୍ଦ୍ର ରଥ,ଧନଞ୍ଜୟ ବେହେରା ପ୍ରମୁଖ ସ୍ବେଛ୍ଛାସେବୀ ଯୁବକ ବଣ୍ଟନ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି।କରୋନା ଯୁଦ୍ଧରେ ଏମାନେ ଜଣେ ଜଣେ ଯୋଦ୍ଧା ପରି କାର୍ଯ୍ୟ କରୁଥିବାରୁ ଯାଜପୁର ବିଭିନ୍ନ ଅଞ୍ଚଳରେ ଉଚ୍ଚ ପ୍ରଶଂସିତ ହୋଉଥିବାର ସୂଚନା ଆସୁଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking