31.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ପାଇଁ ସେବା କାର୍ଯ୍ୟ :ଦେବଦୂତ ସାଜିଲେ ଚିନ୍ମୟ ପ୍ରତିଷ୍ଠାନର କର୍ମକର୍ତ୍ତା

କରୋନା ପାଇଁ ସେବା କାର୍ଯ୍ୟ :ଦେବଦୂତ ସାଜିଲେ ଚିନ୍ମୟ ପ୍ରତିଷ୍ଠାନର କର୍ମକର୍ତ୍ତା

ଯାଜପୁର : ବିଶ୍ୱରେ ମହାମାରୀ କରୋନାକୁ ପ୍ରତିହତକରି  ସ୍ୱାଭାବିକ ଜୀବନ ଶୈଳୀ ଫେରେଇ ଆଣିବା ପାଇଁ ସରକାରୀ ତଥା ବେସରକାରୀ ସ୍ଥରରେ ବହୁ ପଦକ୍ଷେପ ନିଆଯାଇଛି।ଏହିପରିପ୍ରେକ୍ଷୀରେ  ଲକଡାଉନ ଘୋଷଣା ପରଠାରୁ ଆଜକୁ ପ୍ରାୟ ୪୫ ଦିନ ଧରି ରାଜ୍ୟର ଅଗ୍ରଣୀ ସମାଜସେବୀ ସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ଡ଼ଲଫିନ ଡ଼୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ସେବାକାର୍ଯ୍ୟ ଯୋଗାଇଦିଆଯାଉଅଛି।ସେବାକାରୀମାନେ ଯାଜପୁର ଜିଲ୍ଲାର ବିଭିନ୍ନ ଗାଁ ଗାଁ ବୁଲି ଗରିବ,ଅସହାୟ, ଭିକ୍ଷୁକ, ପାଗଳା ପାଗିଳି, ବୁଲା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇଦେବା ସହିତ ବିଭିନ୍ନ ଅଞ୍ଚଳରେ ପରିବା,ରାସନ ସାମଗ୍ରୀ,ସାବୁନ,ସାନିଟାଇଜର,ମାକ୍ସ ଆଦି ସାମାଜିକ ଦୂରତା ରକ୍ଷାକରି ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା।
ଏତଦ୍ଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଚକୁଳିଆ ପଣ୍ଡା ଗୀତ,ଏକକ ଅଭିନୟ, ଘୋଡାନାଚ ଗୀତ ଆଦି ମାଧ୍ୟମରେ ସାମାଜିକ ଦୂରତା ରଖିବା ସହ ଭଲଭାବରେ ସାନିଟାଇଜରରେ ବାରମ୍ବାର ହାତ ଧୋଇବା, ଘରେ ରହି ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଉଥିବାର ଦେଖିବାକୁ ମିଳିଥିଲା।ସମାଜସେବୀ ସେକ ମମିନ ଅଲ୍ଲିଙ୍କ ଦ୍ୱାରା ହଜାର ହଜାର ସଂଖ୍ୟାରେ ଲୋକମାନଙ୍କୁ ମାସ୍କ ଯୋଗାଇ ଦିଆଯାଇଥିଲା।  ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦେଶକ ମିହିର କୁମାର ମଲ୍ଲିକ, ଅଭିନେତା ଶଶୀଭୂଷଣ ପଣ୍ଡା,ଚକୁଳିଆ ପଣ୍ଡା ଗୋଲକ ବିହାରୀ ଦାସ,ସମାଜସେବୀ ମାନସ ସେଠ,ଶ୍ରୀକାନ୍ତ ମଲ୍ଲିକ, କହ୍ନା ମଲ୍ଲିକ, ବର୍ଷାରାଣୀ ମାଝୀ,ନିଳିମା ମଲିକ,ନମିତା ଜେନା,ବିଶ୍ୱଜିତ ଦାଶ, ଧନଞ୍ଜୟ ଦାଶଙ୍କ ସମେତ ବହୁ ସାମାଜିକ କର୍ମୀ ଯୋଗଦାନ କରିଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking