34.1 C
Bhubaneswar
Friday, March 29, 2024
Homeଓଡିଶାବିଏମସି ଓ ସୋ ଆମ୍ ଆଇ ଫାଉଡେଶନ୍‌ର ମିଳିତ ଉଦ୍ୟମ : ୧୫ ଦିନର ରାସନ...

ବିଏମସି ଓ ସୋ ଆମ୍ ଆଇ ଫାଉଡେଶନ୍‌ର ମିଳିତ ଉଦ୍ୟମ : ୧୫ ଦିନର ରାସନ ପାଇବେ ଭୁବନେଶୂରର ୫୦୦୦ ପରିବାର

ଭୁବନେଶୂର : ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିବାରେ
ଲାଗିଛି । ଏହି କରୋନା ଭାଇରସ ଭଳି ମହାମାରୀ ବିରୋଧରେ ଲଢିବା ପାଇଁ, ସାରା ଭାରତ ବର୍ଷକୁ ୩ ମେ ପର୍ଯ୍ୟନ୍ତ
ତାଲା ବନ୍ଦ କରାଯାଇଛି । ଏହାର ଭୟାବହତା କୁ ଦୃଷ୍ଟିରେ ରଖି, ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରୁ ବାଦ୍‌
ପଡିଥିବା ପରିବାରମାନଙ୍କୁ ସାହାଯ୍ୟ କରିବା ସହ କ୍ଷୁଧାମୁକ୍ତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଭୁବନେଶ୍ୱର
ମହାନଗର ନିଗମର ସହଭାଗିତା ରେ ସୋ ଆମ୍ ଆଇ ଫାଉଡେଶନ୍ ଟ୍ରଷ୍ଟ୍ ଏବଂ ଏମ୍‌/ଏସ୍ ଏମ୍‌ଜି ମହାନ୍ତିଙ୍କ ମିଳିତ
ସହଯୋଗରେ ଜନ ପୋଷଣ ନାମକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାଯ୍ୟକ୍ରମକୁ ମାନ୍ୟବର ସାସଂଦ ଶ୍ରୀ ସୁଜିତ
କୁମାର ଭୁବନେଶୂର ଠାରେ ଶୁଭାଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅଧିନରେ ଭୁବନେଶ୍ୱରରେ ଓଡିଶା ସରକାରଙ୍କ
ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ନଥିବା ୫୦୦୦ ପରିବାରକୁ ୧୫ ଦିନର ରାସନ ବିନା ମୂଲ୍ୟରେ ଯୋଗାଇ
ଦିଆଯିବ । ଏମ୍‌ଜି ମହାନ୍ତିର ପ୍ରମୋଟର ତନୁଜ ମହାନ୍ତି, ସାଇ ଫାଉଡେଶନ୍‌ର ପ୍ରତିଷ୍ଠାତା ଡକ୍ଟର ଚିଦତ୍‌ମିକା ଖଟୁଆ
ପ୍ରମୁଖଙ୍କ ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ବିଜେବି ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଏହାର ଶୁଭାଆରମ୍ଭ କରାଯାଇଛି ।
ଓଡିଶାର ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ପି.କେ ମହାନ୍ତି
(ଆଇଏଏସ୍‌) ଙ୍କ ଦ୍ୱାରା ଗତ ସପ୍ତାହରେ ଆରମ୍ଭ ହୋଇଥିବା ଏହି ଜନ ପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ
ପରିବାରକୁ ସୋ ଆମ୍ ଆଇ ଫାଉଡେଶନ ପକ୍ଷରୁ ରାସନ ପ୍ୟାକେଟ ଯୋଗାଉଛି ଏବଂ ପରିସ୍ଥିତି ସ୍ୱାଭାବିକ ହେବା
ପର୍ଯ୍ୟନ୍ତ ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଇବା ଯାରି ରଖିବାର ଯୋଜନା ରହିଛି ।
ସୋ ଆମ୍ ଆଇ ଫାଉଡେଶନ୍ ଟ୍ରଷ୍ଟ୍ ଯାହାକି ଏକ ଅଣ-ଲାଭକାରି ସଂସ୍ଥା ତାହାର ମୂଳ ଲକ୍ଷ୍ୟ ହେଉଛି, ଓଡିଶାକୁ
କ୍ଷୁଧାମୁକ୍ତ କରିବା ଯେଭଳି ଲୋକ ଭୋକିଲା ଶୋଇବେ ନାହିଁ । ସଂଗଠନ ଦ୍ୱାରା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା
ପାଇଁ ଆହାର କେନ୍ଦ୍ର, ମୋବାଇଲ ଭ୍ୟାନ ଭଳି ଅନେକ ପଦକ୍ଷେପ ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking