26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବ୍ୟାଙ୍କ ଘରୋଇକରଣ ନେଇ କ’ଣ କହିଲେ ଅର୍ଥମନ୍ତ୍ରୀ

ବ୍ୟାଙ୍କ ଘରୋଇକରଣ ନେଇ କ’ଣ କହିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଭରଷା ଦେଇ କହିଛନ୍ତି ଯେ, ଦେଶର ସମସ୍ତ ବ୍ୟାଙ୍କକୁ ଘରୋଇକରଣ କରାଯିବ ନାହିଁ । ଯେଉଁ ବ୍ୟାଙ୍କଗୁଡିକର ଘରୋଇ କରଣ ହେବ ତାର ସମସ୍ତ କର୍ମଚାରୀଙ୍କ ହିତକୁ ଦୃଷ୍ଟି ଦିଆଯିବ । ସରକାର ବଜେଟରେ ଦୁଇଟି ସରକାରୀ ବ୍ୟାଙ୍କର ଘରୋଇକରଣ ପାଇଁ ଘୋଷଣା କରିଥିଲେ । ବର୍ତମାନ ଯାଏଁ ତା ନାମ ଘୋଷଣା କରାଯାଇନାହିଁ । ଅର୍ଥମନ୍ତ୍ରୀ ସୀତାରମଣ ଙ୍କ ଏହି ମନ୍ତବ୍ୟ ଏଭଳି ସମୟରେ ଆସିଛି, ଯେଉଁ ସମୟରେ ବ୍ୟାଙ୍କମାନଙ୍କ ଘରୋଇକରଣ ଓ ଅନ୍ୟ ସମ୍ବନ୍ଧୀୟ ନିଷ୍ପତ୍ତିର ବିରୋଧ କରି ବ୍ୟାଙ୍କ କର୍ମଚାରୀ ଦୁଇ ଦିନ ହେଲା ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନ ୟୁନାଇଟେଡ ଫୋରମ ବ୍ୟାଙ୍କ ୟୁନିଅନ ଅଧିନରେ ହେଉଛି । ଏଥିରେ ୯ଟି ବଡ ବ୍ୟାଙ୍କ ୟୁନିଅନ ସାମିଲ ରହିଛି । ବିଚାରବିମର୍ଶ କରି ଦୁଇ ବ୍ୟାଙ୍କର ଘରୋଇକରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking