27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗପୁୁଡୁଚେରୀ ବିଧାନସଭାରେ ଫ୍ଲୋର ଟେଷ୍ଟ

ପୁୁଡୁଚେରୀ ବିଧାନସଭାରେ ଫ୍ଲୋର ଟେଷ୍ଟ

ପୁଡୁଚେରୀ : କଗ୍ରେଂସର ଭାଗ୍ୟ ନେଇ ପୁଡୁଚେରୀ ବିଧାନସଭାରେ ଆଜି ହେବ ଫ୍ଲୋର ଟେଷ୍ଟ । ଏହାପରେ କାହା ପାଖରେ ବହୁମତ ଅଛି ବୋଲି ସ୍ପଷ୍ଟ ହୋଇଯିବ । ଶାସକ ଦଳ କଗ୍ରେଂସ ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକ ନଥିବା ବେଳେ ବହୁମତ ସାବ୍ୟସ୍ତ କରିବା ପାଇଁ ଉପରାଜ୍ୟପାଳ ବିଧାନସଭା ଡକାଇଛନ୍ତି । କଂଗ୍ରେସରର ୬ଜଣ ବିଧାୟକ ଇସ୍ଥଫା ଦେବା ପରେ ସରକାର ଏବେ ସଂକଟରେ ପଡିଯାଇଛନ୍ତି । ପୁର୍ବରୁ ୪ ଜଣ ବିଧାୟକ ଇସ୍ଥଫା ଦେଇଥିଲେ ଓ ଗତ କାଲି ଆଉ ୨ ଜଣ ବିଧାୟକ ଇସ୍ଥଫା ଦେଇଛନ୍ତି । ବିିଧାୟକ ଲକ୍ଷ୍ମୀ ନାରାୟଣ ଓ କେ. ଭେଙ୍କଟଶ୍ୱର ଇସ୍ଥଫା ଦେଇଛନ୍ତି ।

ପୁଡୁଚେରୀରେ ମୁଖ୍ୟତଃ ୫ ଟି ଦଳ ଏବେ ସକ୍ରିୟ ଅଛନ୍ତି । ୩୩ ଟି ବିଧାନସଭା ସିଟରେ ୩୦ ଟି ସିଟ ପାଇଁ ନିର୍ବାଚନ ହୋଇଥିଲା । ଏହାସହ ୩ ଜଣ ସଦସ୍ୟ ଭାରତ ସରକାରଙ୍କ ଦା୍ୱରା ମନୋନୀତ ହୋଇଥାନ୍ତି । ଏଠାରେ ମୁଖ୍ୟତଃ କଂଗ୍ରେସର ଶାସନ ରହିଆସିଥିବା ବେଳେ କଂଗ୍ରେସ ୧୫ ଆସନ ରେ ଜିତିଥିଲା , ଡିଏମକେରୁ ୩ ଓ ନିର୍ଦ୍ଦଳିୟର ଜଣେ ସଦସ୍ୟଙ୍କୁ ନେଇ ସରକାର ଗଠନ କରିଥିଲା କଂଗ୍ରେସ । ଡିଏମକେର ବିଧାୟକ ଭେଙ୍କଟେସ ମଧ୍ୟ ଇସ୍ଥଫା ଦେଇସାରିଛନ୍ତି । ପରେ କଂଗ୍ରେସର ସଂଖ୍ୟା ୧୨ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking