30.1 C
Bhubaneswar
Wednesday, April 24, 2024
HomeUncategorizedଲଗାଣ ବର୍ଷା ରେ କାଲିମେଳା ଓ ମୋଟୁ  କୁ ଯୋଗାଯୋଗ ବିଛିନ୍ନ

ଲଗାଣ ବର୍ଷା ରେ କାଲିମେଳା ଓ ମୋଟୁ  କୁ ଯୋଗାଯୋଗ ବିଛିନ୍ନ

ମାଲକାନଗିରି : ଲଗାଣ ବର୍ଷା ରେ କାଲିମେଳା ଓ ମୋଟୁ  କୁ ଯୋଗାଯୋଗ ବିଛିନ୍ନ ! ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି । ମାଲକାନଗିରି ଜିଲ୍ଲା ରେ ଦୁଇ ଦିନ ଧରି ଲଗାଣ  ବର୍ଷା ଲାଗି ରହିଥିବାରୁ କାଲିମେଳା ବ୍ଲକ ର  MV 96 ପୋଲ ଉପରେ  ପ୍ରାୟ 3 ଫୁଟ ର ପାଣି ପ୍ରବାହିତ ହଉଥିବାରୁ ଯୋଗାଯୋଗ ବିଛିନ୍ନ ।  ଯାହାଫଳ ରେ ଲୋକେ ଜାତାୟାତ ରେ ବାଧାପ୍ରାପ୍ତ ହୋଇଥିବା ସହ ପୋଲ ର ଦୁଇ ପାର୍ଶ୍ୱରେ ଅନେକ ସମୟ ଧରି ଗାଡି ମଟର ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ସେହିପରି କାଙ୍ଗୁରକୋଣ୍ଡା ବଜାର ରେ ମଧ୍ୟ ବନ୍ୟା ଜଳ ପ୍ରେବେଶ କରିବା ସହ ଦୋକାନ ଏବଂ ବାସ ଗୃହ ମଧ୍ୟରେ ପ୍ରଵେଶ କରିଛି । ତେବେ ପ୍ରତି ବର୍ଷ, ବର୍ଷା ଦିନେ  ଏହିଇଭଳି  ସମଶ୍ୟା ଅଂଚଳ ବାସୀ ସମୁଖୀନ ହୋଇଥାନ୍ତି । କାରଣ ଜିଲ୍ଲାର ପ୍ରାୟ ସବୁ ପୋଲ ତଳୁଆ ହୋଇଥିବାରୁ ଲଗାଣ ବର୍ଷାରେ ପୋଲ ସବୁ ବୁଡି ଯାଇଥାଏ ଫଳରେ ଯାତାୟାତ ରେ ବାଧା ସୃଷ୍ଟି ହୋଇଥାଏ । ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ବର୍ତ୍ତମାନ ଏମ୍ଭି 79 ଥାନା ର ପୋଲିସ କର୍ମଚାରୀ ମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସଜାଗ ଅଛନ୍ତି ।
– ପ୍ରଭାତ ସାହା ଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking