40.1 C
Bhubaneswar
Thursday, April 25, 2024
Homeଓଡିଶାବର୍ଷା ବେହାଲ ଭୁବନ , ୩ଘାଇ  ,  ଡୁବୁରୀ଼- ଭୁବନ  ବିଛିନ୍ନ

ବର୍ଷା ବେହାଲ ଭୁବନ , ୩ଘାଇ  ,  ଡୁବୁରୀ଼- ଭୁବନ  ବିଛିନ୍ନ

  ଢେଙ୍କାନାଳ(ଦେବାଶିଷ ପଟ୍ଟନାୟକ)   : ଜିଲ୍ଲା ଭୁବନ  ଅଞ୍ଚଳର  ଲଗାଣ ବର୍ଷାରେ ବେହାଲ ହୋଇପଡିଛନ୍ତି। ଅନନ୍ତପୁର ଠାରୁ ମହୁଳପାଳ  ପୂର୍ତ୍ତବିଭାଗ ରାସ୍ତାରେ ନୟାନିଳକଣ୍ଠପୁର ନିକଟରେ ଥିବା କୁଣ୍ଡା ନାଳରେ ପ୍ରବଳ ପାଣି ପାଇପ୍ ଲାଇନ୍ ବାଟରେ ଆସିବାରୁ ପୋଲଟି ଭାସିଯାଇଛି, ଫଳରେ ଦୁଇ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବିଛିନ୍ନ ହୋଇଯାଇଛି।
 ଓଡ଼ିଶ ପଞ୍ଚାୟତର ବନ୍ଧ ସାହିରେ ରେଙ୍ଗାଳି କେନାଲ ପାଣି ପଶିବା ଫଳରେ ସାହିର ୨୧ଟି ପରିବାର ଜଳବନ୍ଦୀ ଅବସ୍ଥାରେ ରହିଥିଲେ, ସେମାନଙ୍କୁ ଉଦ୍ଧାର କରାଯାଇ ବିଦ୍ୟାଳୟରେ ଆଶ୍ରୟ ଦିଆଯାଇଛି। ଓ
ଡମଶାଳ ନଦୀରେ ପାଣି ଆସିବାରୁ ୫୩ ନମ୍ବର ଜାତୀୟ ରାଜପଥ ଉପରେ ପାଣି ଜମି ରହିଛି। ଯାତାୟତ ବିଛିନ୍ନ ହେବାରୁ ଶହ ଶହ ଭାରି ଯାନ ରାସ୍ତାରେ ଅଟକି ରହିଛି,ପାଣ୍ଡରା ନାଳରେ ପ୍ରବଳ ପାଣି ଆସିବାରୁ ବାଉଁଶକଣ ଠାରେ ରାସ୍ତାରେ ୩ଫୁଟ  ପାଣି । ଡୁବୁରୀ -ଭୁବନ ଯାତାୟାତ ଠପ । ଗଡଗଁପୁର ରୁ ଦଧିସିଙ୍ଗା  ବିଜୁ ସେତୁ କାମରେ ନିୟୋଜିତ ସୁକିନ୍ଦା  ରାଙ୍କିଆ ଗ୍ରାମ ର୧୨ ଶ୍ରମିକ ବନ୍ୟାରେ ଭାସିଯିବା ବେଳେ ଅଗ୍ନି ସମବାହିନୀ ଦ୍ବାରା ଉଦ୍ଧାର କରାଯାଇଛି  ।  କୁନିନ୍ଦା ନିକଟରେ ନିର୍ମାଣାଧୀନ ରେଳ ପୋଲ ଯୋଗୁଁ ଧନେଇ ନାଳ ପାଣି ନିଷ୍କାସନ ହୋଇନପାରି ରାସ୍ତାରେ ପାଣି ଚାଲୁଛି । ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ମୂଖ୍ୟ ଡ୍ରେନ୍ ଅବସ୍ଥା ଭଲ ନଥିବାରୁ ଡାକ୍ତରଖାନାର ଓଟି,ଡାଇରିଆ ବିଭାଗ ଓ ମହିଳା ବିଭାଗରେ ଫୁଟେ ପାଣି ରହିଛି, ଫଳରେ ଡ଼ାକ୍ତରଖାନାର ପରିବେଶ ଅତ୍ୟନ୍ତ ଦୁର୍ଗନ୍ଧ ମୟ ହୋଇପଡ଼ିଛି।।ବନ୍ୟା ରେ ଅନେକ ଚାଷୀଙ୍କ ଧାନ ତଳି ନଷ୍ଟ ହୋଇଥିବା ବେଳେ  ଦୁଇଟି  ମଇଁଷି ଛୁଆ  ଭାଷି ଯାଇଛି  । କୁର୍ମଦା  ଦଧିସିଙ୍ଗା ଅରିଲୋ  ଜଳବନ୍ଧୀରେ ରହିଥିବା ଜଣାପଡିଛି
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking