35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗମୁଣ୍ଡଳୀରେ ୧୦ ଲକ୍ଷରୁ ବଢିବନି: ଏସଆରସି

ମୁଣ୍ଡଳୀରେ ୧୦ ଲକ୍ଷରୁ ବଢିବନି: ଏସଆରସି

ଭୁବନେଶ୍ୱର: ବନ୍ୟା ମୁକାବିଲା ନେଇ ଜଳ ସଂପଦ ସଚିବଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । କଟକ ମୁଣ୍ଡଳିରେ ପିକ୍ ଟାଇମରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ । ମହାନଦୀରେ ଆହୁରି କିଛି ସମୟ ଏଭଳି ସ୍ତରରେ ଜଳ ପ୍ରବାହ ହେବ । ଏନେଇ ଟ୍ୱିଟ ଯୋଗେଁ ଜଳ ସଂପଦ ବିଭାଗ ସୂଚନା ପ୍ରଦାନ କରିଛି । ଅନ୍ୟପଟେ ବନ୍ୟା ନେଇ ତାଜା ଅପଡେଟ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ହୀରାକୁଦ ଜଳ ଭଣ୍ଡାରକୁ ଛତିଶଗଡରୁ ପାଣି ଆସିବା କମିଯାଇଛି । ଗତକାଲି ସାଢେ ୯ ଲକ୍ଷ କ୍ୟୁସେକ ଆସୁଥିଲା, ହେଲେ ଆଜି ୭ ଲକ୍ଷ ଆସୁଛି । କାଲି ଖଇରମାଳରେ ପ୍ରବାହ ୧୦ ଲକ୍ଷ କ୍ୟୁସେକ ଆଜି ମୁଣ୍ଡଳିରେ ଯାଉଛି । ଆଶା କରାଯାଇପାରେ ଯେ, ମୁଣ୍ଡଳିରେ ସେହି ୧୦ ଲକ୍ଷ କ୍ୟୁସେକ ରହିବ, ଆଉ ବଢିବନି ବୋଲି ସେ କହିଛନ୍ତି । ମୁଣ୍ଡଳିରେ ୧୦ ଲକ୍ଷ ପ୍ରବାହ କାଲି ସକାଳ ଯାଏ ବଳବତ୍ତର ରହିବ । କାଲି ସକାଳ ପରେ ମୁଣ୍ଡଳିରେ ଜଳ ପ୍ରବାହ ଧିରେ ଧିରେ କମିବାକୁ ଲାଗିବ । ଏହାର ୮ ଘଣ୍ଟା ପରେ କେନ୍ଦ୍ରାପଡା, ୧୦ ଘଣ୍ଟା ପରେ ପୁରୀରେ କମିବ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହେବା ସମ୍ଭାବନା ରହିଛି । ଏଥିପାଇଁ ଓଡ୍ରାଫ, ଏନଡିଆରଏଫ ଟିମ ପ୍ରସ୍ତୁତ ଏବଂ ପ୍ରଶାସନ ବି ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି । ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ ହେଲେ ଦୟା, ଭାର୍ଗବୀ ସମସ୍ୟା କରନ୍ତି । ଉଭୟ ନଦୀ ଯୋଗୁଁ କଣାସ, ଡେଲାଙ୍ଗର ବହୁ ଗାଁ ଜଳମଗ୍ନ ରହିଛି । ଦୟା ନଦୀରେ ୨ଟି ଓ ରାଜୁଆ ନଦୀରେ ଗୋଟିଏ ଘାଇ ହୋଇଛି । ପାଣି କମିବା କ୍ଷଣି ତୁରନ୍ତ ଘାଇ ମରାମତି ବ୍ୟବସ୍ଥା କରାଯିବ ବୋଲି ଏସଆରସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking