29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରଭାକର ସଂସ୍କୃତ ମହାବିଦ୍ୟାଳୟ ବନ୍ୟା ପାଣିରେ ଉବୁଡୁବୁ; କାଗଜପତ୍ର ନଷ୍ଟ

ପ୍ରଭାକର ସଂସ୍କୃତ ମହାବିଦ୍ୟାଳୟ ବନ୍ୟା ପାଣିରେ ଉବୁଡୁବୁ; କାଗଜପତ୍ର ନଷ୍ଟ

ଯାଜପୁର: ଯାଜପୁର ଜିଲା ବରୀ ବ୍ଲକ ଅଧିନ ଅଲିପୁର ପଂଚାୟତ ଚନ୍ଦ୍ରଶେଖର ପୁର ଗ୍ରାମରେ ଥିବା ଏକମାତ୍ର ସରକାରୀ ସ୍ୱୀକୃତି ପ୍ରାପ୍ତ ସଂସ୍କୃତ ମହାବିଦ୍ୟାଳୟ ବନ୍ୟା ପାଣି ରେ ଉବୁଡ଼ୁବୁ ହୋଇ ବହୁତ ଗୁରୁତ୍ୱ ପୁର୍ନ କାଗଜ ପତ୍ର ନଷ୍ଟ ହୋଇଯାଇଛି । ସେଥିରେ ପୁରୁଣା ନାମଲେଖା ଫାଇଲ ,କ୍ୟାସ ବୁକ , ରସିଦ ଫାଇଲ , ବ୍ୟକ୍ତି ଗତ ଷ୍ଟାଫ ଫାଇଲ ,ଆଦି ପୁରୁଣା ଫାଇଲ ନଷ୍ଟ ହୋଇଯାଇଛି । ବୁଧବାର ମହାବିଦ୍ୟାଳୟର ଅଧକ୍ଷ ବିଭୁତି ନାଥ ଶର୍ମା କାଗଜ ପତ୍ର କୁ ଖରାରେ ଶୁଖାଇ ନଷ୍ଟ ହୋଇଯାଇ ଥିବା ଫାଇଲ ଗୁଡିକୁ ଉଦ୍ଧାର କରିବା ପାଇଁ ଚେଷ୍ଠା କରୁଥିବା ଦେଖିବାକୁ ମିଳିଛି ।ଏନେଇ ଅଭିଭାବକ ,ଛାତ୍ର ଛାତ୍ରୀ , କର୍ମଚାରୀ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ମହଲରେ ଦୁଃଖ ପ୍ରକାଶ ପାଇଛି । ବରୀ ରେ ସର୍ବାଧିକ ଘାଇ ସୃଷ୍ଟି ହେବା ଦ୍ୱାରା ହଠାତ ବନ୍ୟା ପାଣି ମହାବିଦ୍ୟାଳୟକୁ ପସିଆସି ବା ଦ୍ୱାରା ଏଭଳି କ୍ଷତି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking