34.1 C
Bhubaneswar
Friday, March 29, 2024
Homeଓଡିଶାଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ୍‌ ର ମଜା ନେଉଛନ୍ତି ପର୍ଯ୍ୟଟକ

ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ୍‌ ର ମଜା ନେଉଛନ୍ତି ପର୍ଯ୍ୟଟକ

ଭୁବନେଶ୍ୱର : ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ୍‌ ଏବେ କଟକ ପର୍ଯ୍ୟଟନ ମାନଚିତ୍ରରେ ଯୋଡି ହୋଇଛି । ପ୍ରଥମ ଥର ପାଇଁ ମହାନଦୀର ଦେଖିବାକୁ ମିଳିଥିବା ଏହି ‘ଫ୍ଲୋଟିଂ ରେଷ୍ଟୁରାଣ୍ଟ୍ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମହାନଦୀ କୂଳରେ ଗଢି ଉଠିଥିବା ସିଲଭର୍‌ ସିଟି ବୋଟ୍‌ କ୍ଲବ୍‌ରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ପକ୍ଷରୁ ଏଭଳି ଏକ ନୂଆ ଧରଣର ରେଷ୍ଟରାଣ୍ଟ୍ ଖୋଲାଯାଇଛି । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହି ଫ୍ଲୋଟି˚ ରେଷ୍ଟୁରାଣ୍ଟ୍‌ର ଉଦ୍‌ଘାଟନ କରିଛନ୍ତି ।

ପ୍ରଥମ ପର୍ଯ୍ୟା‌ୟରେ ଏକ ସମୟରେ ୮ ଜଣ ଏହି ଫ୍ଲୋଟି˚ ରେଷ୍ଟୁରାଣ୍ଟର ବସି ପାରିବେ । ଘଣ୍ଟା ପ୍ରତି ହିସାବରେ ଏଠାରେ ଗ୍ରାହକମାନଙ୍କୁ ଦେୟ ଦେବାକୁ ପଡିବ । ଏହି ରେଷ୍ଟୁରାଣ୍ଟ ଉପରେ ସୋଲାର ପ୍ୟାନେଲ୍‌ ରହିଛି ଏବ˚ ଏଲ୍‌ଇଡି ଲାଇଟ୍‌ରେ ଏହାକୁ ସୁସଜ୍ଜିତ କରାଯାଇଛି । ଫଳରେ ସନ୍ଧ୍ୟା ସମୟରେ ବି ପର୍ଯ୍ୟଟକମାନେ ରେଷ୍ଟୁରାଣ୍ଟରେ ଖାଇବାର ମଜା ନେଇ ପାରିବେ । ଗ୍ରାହକମାନଙ୍କ ସୁରକ୍ଷା ପ୍ରତି ଏଠାରେ ସଂପୂର୍ଣ୍ଣ ଧ୍ୟାନ ଦିଆଯିବା ସହିତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଉଦଘାଟନ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି । ଗ୍ରାହକମାନେ ସିଲଭର୍ ସିଟ୍ ବୋଟ୍ କ୍ଲବ୍ ଅଥବା ପାନ୍ଥ ନିବାସ ଜରିଆରେ ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ୍ ବୁକ୍ କରି ପାରିବେ । ଆଗାମୀ ଦିନରେ ୩୦ ଜଣ ବସିବା ଭଳି ଫ୍ଲୋଟି˚ ରେଷ୍ଟୁରାଣ୍ଟ ବ୍ୟବସ୍ଥା କରିବାକୁ ଓଟିଡିସି ପକ୍ଷରୁ ବ୍ୟବସ୍ଥା କରାଯାଉଛି । ରାଜ୍ୟରେ ପର୍ଯ୍ୟଟନର ବିକାଶ ସହିତ ଜଳକ୍ରୀଡାକୁ ଅଧିକ ଆକର୍ଷଣୀୟ କରିବାର ଇଏ ହେଉଛି ଅଂଶବିଶେଷ। ଏହାକୁ ଆଗାମୀ ଦିନରେ ଅଧିକ ଆକର୍ଷଣୀୟ କରିବାକୁ ଓଟିଡିସି ପଦକ୍ଷେପ ନେବ ବୋଲି ସୂଚନା ଦିଆଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ରାମଚନ୍ଦ୍ର ଯାଦବ, ଓଟିଡିସି ମହାପ୍ରବନ୍ଧକ ଶାନ୍ତନୁ ମହାନ୍ତିଙ୍କ ସହ ଓଟିଡିସିର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking