40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଜଧାନୀରୁ ପୁନେକୁ ବିମାନ ସେବା

ରାଜଧାନୀରୁ ପୁନେକୁ ବିମାନ ସେବା

ଭୁବନେଶ୍ୱର : ରବିବାର ଠାରୁ ଭୁବନେଶ୍ୱର ବିମାନ ବନ୍ଦରରୁ ପୁନେକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି । ପ୍ରତି ସପ୍ତାହର ଶନିବାରକୁ ଛାଡି ବାକି ଦିନ ମାନଙ୍କରେ ଏହି ବିମାନ ସେବା ଉପଲବ୍ଧ ହେବ । ଏୟାର ଏସିଆ ବିମାନ , ଭୁବନେଶ୍ୱର ବିମାନ ବନ୍ଦରରୁ ଅପରାହ୍ନ ୧.୫୦ରୁ ଛାଡି ପୁନେରେ ଅପରାହ୍ନ ୩ଟା ୫୫ ରେ ପହଞ୍ଚିବ । ପୁନେଠାରୁ ଅପରାହ୍ନ ୪ଟା ୩୫ରେ ଛାଡିି ଭୁବନେଶ୍ୱରରେ ସଂନ୍ଧ୍ୟା ୬ ଟାରେ ପହଞ୍ଚିବ ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ବିମାନ ସେବା ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ସହିତ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ପରିବହନ ମନ୍ତ୍ରୀ କହିଛିନ୍ତି । ବିମାନ ପରିବର୍ତ୍ତନ ନକରି ଏବେ  ଯାତ୍ରୀମାନେ ସିଧାସଳଖ ପୁନେରୁ ଓଡିଶା ଏବଂ ଓଡିଶାରୁ ପୁନେକୁ ଯାତାୟାତ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking