40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ଉଡାଣ ଜାନୁଆରୀ ୮ ରୁ ଆରମ୍ଭ

ଭାରତ ଓ ବ୍ରିଟେନ ମଧ୍ୟରେ ବିମାନ ଉଡାଣ ଜାନୁଆରୀ ୮ ରୁ ଆରମ୍ଭ

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ଭାରତ ଓ ବ୍ରିଟେନ ମଧ୍ୟରେ  ପୁନର୍ବାର ବିମାନ ଚଳାଚଳ  ୮ ଜାନୁୟାରୀ ୨୦୨୧ ରୁ ଆରମ୍ଭ ହେବ । କରୋନା ଭାଇରସ୍ ନ୍ୟୁ ଷ୍ଟ୍ରେନର ବିସ୍ତାର ଦୃଷ୍ଟିରେ ରଖି ଡିସେମ୍ବର ୨୧ ରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଚଳାଚଳ ଉପରେ  ରୋକ ଲଗାଯାଇଥିଲା । ଏଥିସହ ଦେଶରୁ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ମଧ୍ୟ ବାରଣ କରାଯାଇଥିଲା । ଏହା ପରେ କେନ୍ଦ୍ର ସରକାର ଏହାକୁ ଜାନୁଆରୀ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଭାରତ ବ୍ୟତୀତ ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ ସମେତ ଅନେକ ୟୁରୋପୀୟ ଦେଶ ମଧ୍ୟ ବ୍ରିଟେନ ଉପରେ ବାୟୁ ନିଷେଧାଦେଶ ଲଗାଇଛନ୍ତି।

ପୁରୀ ଟୁଇଟ୍ କରି କହିଛନ୍ତି ଯେ, ଜାନୁୟାରୀ ୨୩ ପର୍ଯ୍ୟନ୍ତ, ପ୍ରତି ସପ୍ତାହରେ ୧୫-୧୫ ବିମାନ ଉଡାଣ ପାଇଁ ଅନୁମତି ଦିଆଯିବ । ଏହି ବିମାନଗୁଡ଼ିକ କେବଳ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦରୁ କାର୍ଯ୍ୟ କରିବ । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଖୁବ ଶୀଘ୍ର ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବେ । ଦେଶରେ ବ୍ରିଟେନର କରୋନା ଷ୍ଟ୍ରେନ୍‌ରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୦ ରୁ ଅଧିକକୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ସମୁଦାୟ ୧୦୭ ନମୁନା ରିପୋର୍ଟ କରାଯାଇଛି, ସେଥିମଧ୍ୟରୁ ୨୦ ଟି ୟୁକେ ଷ୍ଟ୍ରେନ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ସଂକ୍ରମିତ ହୋଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking