27.8 C
Bhubaneswar
Friday, April 19, 2024
HomeUncategorizedଖୁବ୍ ଶୀଘ୍ର ବଦଳିବ ଝାରସୁଗୁଡାରୁ ବିମାନ ଚଳାଚଳ ସମୟ

ଖୁବ୍ ଶୀଘ୍ର ବଦଳିବ ଝାରସୁଗୁଡାରୁ ବିମାନ ଚଳାଚଳ ସମୟ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ସ୍ପାଇସଜେଟ ଓ ଏଲାଇନ୍ସଏୟାର ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ଚଳାଚଳର ସମୟ ପରିବର୍ତ୍ତନ କରୁଛନ୍ତି। ଏହି ନୂତନ ସମୟ ସାରିଣୀ ଅନୁସାରେ ସ୍ପାଇଜେଟ ଦିଲ୍ଲୀରୁ ସକାଳ ୫.୩୦ର ଉଡ଼ାଣ ଆରମ୍ଭ କରି ୭.୨୫ରେ ଝାରସୁଗୁଡ଼ାରେ ପହଂଚିବ । ଝାରସୁଗୁଡ଼ାରୁ ୭ଟା୫୫ମିନିଟରେ ଉଡ଼ାଣ ଆରମ୍ଭ କରି ଦିଲ୍ଲୀରେ ୯ଟା ୫୦ରେ ପହଂଚିବ । ସେହିପରି ଝାରସୁଗୁଡ଼ାରୁ ୧୨ଟା ୪୫ରେ ଉଡ଼ାଣ ଆରମ୍ଭ କରି ସ୍ପାଇସଜେଟର ବିମାନ ଅପରାହ୍ଣ ୨ଟା ୫ ମିନିଟରେ କୋଲକାତା ପହଂଚି ସେଠାରୁ ଅପରାହ୍ଣ ୨ଟା ୨୫ ମିନିଟରେ ଉଡ଼ାଣ ଆରମ୍ଭ କରି ୩ଟା ୩୫ ମିନିଟରେ ଝାରସୁଗୁଡ଼ା ପହଂଚିବ ।
ସେହିପରି ସକାଳ ୧୦ଟା ୩୫ରେ ହାଇଦ୍ରାବାଦରୁ ଉଡ଼ାଣ ଆରମ୍ଭ କରି ଝାରସୁଗୁଡ଼ାରେ ୧୨ଟା ୨୫ରେ ପହଂଚିବ ଓ ଝାରସୁଗୁଡ଼ାରୁ ଅପରାହ୍ଣ ୪ଟା ୧୦ ମିନିଟରେ ଉଡାଣ ଆରମ୍ଭ କରି ସନ୍ଧ୍ୟା ୬ଟା ୫ମିନିଟରେ ହାଇଦ୍ରବାଦ ପହଂଚିବ । ଅନ୍ୟପଟେ ଏଲାଇନ୍ସ ଏୟାର ମଧ୍ୟ ନିଜର ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ କରିଛି। ଏଲାଇନ୍ସ ଏୟାର ସକାଳ ୭ଟା ୪୫ରେ କୋଲକାତାରୁ ଉଡ଼ାଣ ଆରମ୍ଭ କରି ୯ଟାରେ ଝାରସୁଗୁଡ଼ା ପହଂଚିବ । ଝାରସୁଗୁଡ଼ାରୁ ୯ଟା ୨୫ରେ ବାହାରି ରାୟପୁରକୁ ୧୦ଟା ୫୫ରେ ପହଂଚିବ । ରାୟପୁରରୁ ୧୧ଟା୨୦ରେ ଉଡ଼ାଣ ଆରମ୍ଭ କରି ୧୨ଟା ୨୦ରେ ଝାରସୁଗୁଡ଼ା ପହଂଚିବ । ଝାରସୁଗୁଡ଼ାରୁ ୧୨ଟା ୨୫ରେ ଉଡ଼ାଣ ଭରି ଅପରାହ୍ଣ ୨ଟା ୩୦ରେ କୋଲକାତାରେ ଅବତରଣ କରିବ।
ତେବେ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀର ନୂତନ ସମୟ ସାରଣୀକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ନୂତନ ସମୟ ସାରିଣୀ ଅନୁସାରେ ସ୍ପାଇଜେଟ ଦିଲ୍ଲୀରୁ ସକାଳ ୫.୩୦ର ଉଡ଼ାଣ ଭରି ଝାରସୁଗୁଡାକୁ ୭.୨୫ରେ ପହଂଚିବ । ଝାରସୁଗୁଡ଼ାରୁ ୭ଟା୫୫ମିନିଟରେ ଉଡ଼ାଣ ଭରି ଦିଲ୍ଲୀକୁ ୯ଟା ୫୦ରେ ପହଂଚିବ । ଏହାପୂର୍ବରୁ ସ୍ପାଇସଜେଟ୍ ୧୨ଟା ୫୫ ରେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ାରେ ୧୫.୦୦ରେ ଅବତରଣ କରୁଥିଲା। ଝାରସୁଗୁଡ଼ାରୁ ୧୫.୩୦ ରେ ବାହାରି ଦିଲ୍ଲୀରେ ୧୭.୨୫ ପହଞ୍ଚୁଥିଲା। ଏହି ସମୟ ସାରଣୀ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଉପଯୁକ୍ତ ଥିବାବେଳେ ନୂତନ ସମୟରେ ଯାତ୍ରା କରିବାପାଇଁ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking