28.1 C
Bhubaneswar
Thursday, March 28, 2024
Homeଓଡିଶାଆସନ୍ତା ୧୪ରେ ଦୁବାଇରୁ ୨୦୦ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ଵର ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର...

ଆସନ୍ତା ୧୪ରେ ଦୁବାଇରୁ ୨୦୦ ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ଵର ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ

ଭୁବନେଶ୍ଵର : ଭାରତ ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଜରିଆରେ ଆସନ୍ତା ୧୪ ତାରିଖ ଦୁବାଇରୁ ଭୁବନେଶ୍ଵରକୁ ଆସିବ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ପ୍ରଥମ ବିମାନ । ଏହି ସ୍ବତନ୍ତ୍ର ବିମାନରେ ପ୍ରାୟ ୨୦୦ ପ୍ରବାସୀ ଆସିବେ ବୋଲି ଜଣାପଡିଛି । ପ୍ରବାସୀ ଭାରତୀୟ ଏହି ବିମାନ ୨୦୦ ଯାତ୍ରୀଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ବ୍ୟବସ୍ଥା ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ବିଦେଶରେ ଫଶି ରହିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତ ସରକାର ‘ବନ୍ଦେ ଭାରତ ମିଶନ’ ଓ ‘ସମୁଦ୍ର ସେତୁ’ ନାମରେ ଦୁଇଟି ଯୋଜନା କରିଥିଲେ । ଏହି ଦୁଇ ଯୋଜନା ମାଧ୍ୟରେ ଉଭୟ ବିମାନ ଏବଂ ନୌସେନାର ଜାହାଜ ମାଧ୍ୟମରେ ଭାରତ ଫେରାଇ ଅଣାଯାଉଛି । ବନ୍ଦେ ଭାରତ ମିଶନରେ ଭାରତ ସରକାର ବିଭିନ୍ନ କରୋନା ସଂକ୍ରମିତ ଦେଶରୁ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ଫେରାଇ ଆଣୁଛନ୍ତି। ତେବେ ଦୁବାଇରେ ଥିବା ଓଡ଼ିଆ ଘରକୁ ଫେରିବାକୁ ଚାହୁଁଥିବାରୁ ପ୍ରବାସୀଙ୍କ ପ୍ରୟାସରେ ଏଭଳି ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking