38.1 C
Bhubaneswar
Tuesday, April 23, 2024
Homeଅପରାଧ୫ ଯୁବକଙ୍କୁ ଏସିସି କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ

୫ ଯୁବକଙ୍କୁ ଏସିସି କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ

ବରଗଡ଼ : ବରଗଡ଼ରେ ଏସିସି ସିମେଣ୍ଟର ମନମୁଖୀ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚା ରହିଆସିଥିବା ବେଳେ ଗତ ରବିବାର ଏସିସିର କର୍ମଚାରୀମାନେ ବିନା କାରଣରେ ୫ ଜଣ ଯୁବକଙ୍କୁ ନିର୍ଧୁମ ମାଡ଼ ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ଯୁବକମାନେ ଗୁରୁତର ଆହତ ହୋଇଥିବା ବେଳେ ଏହାକୁ ନେଇ ବୁଧବାର କାରଖାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୮ ଟାରେ ପିପିଲିପାଲି ଗ୍ରାମର ୫ ଜଣ ଯୁବକ ଗୋବିନ୍ଦ ଏକ୍କା, ଲିଭିନ ବରଜ, ଦୀପକ ବିଶ୍ୱାଳ, ରୋହିତ ପଣ୍ଡା ଓ ବାବୁଲୁ ପଟେଲଙ୍କୁ ଏସିସି କର୍ମଚାରୀମାନେ ଗାଡିରେ ବସାଇ ପ୍ଲାଣ୍ଟ ଭିତରକୁ ନିଆଯାଇଥିଲା ଏବଂ ସେଠାରେ ସମୀର ରାଉତଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉକ୍ତ ଯୁବକଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି । ତେବେ ଉକ୍ତ ଯୁବକମାନଙ୍କୁ ପ୍ଲାଣ୍ଟ ଭିତରେ ଚୋରି କରିଥିବା ଅଭିଯୋଗ କରାଯାଇ ବିନା କାରଣରେ ମାଡ଼ ମରା ଯାଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉକ୍ତ ଯୁବକଙ୍କୁ ନିର୍ଧୁମ ମାଡ ମରାଯିବା ପରେ ଏସିସିର କର୍ମଚାରୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ । ଯାହାକୁ ନେଇ ବୁଧବାର ଆହତ ଯୁବକଙ୍କ ସମେତ ଗ୍ରାମବାସୀ କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦୋଷୀମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ପରେ ମାଡ଼ ଖାଇଥିବା ଯୁବକ ଏବଂ ଏସିସି କର୍ତ୍ତୃପକ୍ଷଙ୍କ ତରଫରୁ ପୃଥକ୍ ପୃଥକ୍ ଭାବେ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking