24.1 C
Bhubaneswar
Tuesday, May 24, 2022
Homeଓଡିଶା୫ ବର୍ଷ ବିତିଗଲା, ଅଧାରେ ପଞ୍ଚାୟତ ସଭାଗୃହ କାମ

୫ ବର୍ଷ ବିତିଗଲା, ଅଧାରେ ପଞ୍ଚାୟତ ସଭାଗୃହ କାମ

ଫୁଲବାଣୀ : ପଞ୍ଚାୟତକୁ ଅର୍ଥର ଅଭାବ ନାହିଁ ବୋଲି ଅନେକ ସମୟରେ ସଭା ସମିତିରେ କୁହାଯାଉଥିଲେ ମଧ୍ୟ  ଅର୍ଥ ଅଭାବରୁ ଅଟକି ରହିଛି ପଞ୍ଚାୟତ ସଭାଗୃହ ନିର୍ମାଣ କାମ । ଅର୍ଥ ପୁଣି କେବେ ଆସିବ ତାର କିଛି ଠିକଣା ନାହିଁ । ଏଭଳି ଅବସ୍ଥାରେ କାମ କରୁଥିବା ଠିକାଦାର ଅଧାରେ କାମ ବନ୍ଦ କରି ଦେଇଛନ୍ତି । ଠିକାଦାର ୧୦ଲକ୍ଷ ଟଙ୍କାର କାମ କରିଥିବା ବେଳେ ସମୁଦାୟ ୭ ଲକ୍ଷ ଟଙ୍କା ପାଇଥିବା କହିଛନ୍ତି, ଆହୁରି ୩ ଲକ୍ଷ ଟଙ୍କା ପାଇବା ବାକି ଅଛି । ଏଭଳି ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ବ୍ଲକରେ । ଯଦି ବ୍ଲକ୍‌ର କାର୍ଯ୍ୟାଳୟ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଗଂଜୁଗୁଡା ପଞ୍ଚାୟତ ।

ଉକ୍ତ ପଞ୍ଚାୟତର ସଭାଗୃହ ନିର୍ମାଣ ପାଇଁ ୨୦ଲକ୍ଷ ଟଙ୍କାର ଅନୁଦାନ ଗତ ଦିନରେ ମଞ୍ଜୁର ପରେ କାମ ଆରମ୍ଭ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ଶେଷହେବାର ନାମ ଧରୁୁନାହିଁ । ଇତି ମଧ୍ୟରେ ନୂତନ ପଞ୍ଚାୟତ ନିିର୍ବାଚନ ହେବାକୁ  ଆଉ ମାତ୍ର କିଛିଦିନ ବାକି ରହିଥିବା ବେଳେ ଗତ ୫ ବର୍ଷ ମଧ୍ୟରେ ଯଦି ଖୋଦ୍ ପଞ୍ଚାୟତର ସଭାଗୃହ କାମ ଶେଷ ହୋଇ ପାରିନାହିଁ ତାହାହେଲେ ପଞ୍ଚାୟତରେ କିଳଭି ଭାବେ ଉନ୍ନତି ହୋଇଥିବ ତାହା ସହଜେ ଅନୁମେୟ ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

ବିଭାଗୀୟ ଯନ୍ତ୍ରୀଙ୍କୁ ଏ ନେଇ ପଚାରିବାରେ ସେ କହିଛନ୍ତି ଯେ, ମୁଁ ଗତ କିଛିଦିନ ହେଲା କାର୍ଯ୍ୟରେ ଯୋଗଦେଇଛି, ତେଣୁ ଏହି କାମ ଉପରେ ତାଙ୍କ ପାଖରେ କୌଣସି ଖବର ନାହିଁ । ଏପରିକି  ଉକ୍ତ କାମ ପୁରୁଣା କାମ ହୋଇଥିବାରୁ ସେ ଏନେଇ କିଛି ମଧ୍ୟ କହି ପାରିବି ନାହିଁ ବୋଲି ରୋକଠୋକ୍ ଭାବେ ମନା କରିଦେଇଛନ୍ତି ।

ଅପରପକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ, କେନ୍ଦ୍ରୀୟ ଅର୍ଥ କମିଶନ ଓ ମନରେଗାର ମିଳିତ ଯୋଜାନରେ ଏହି କାର୍ଯ୍ୟ ପାଇଁ ଅଟକଳ ପ୍ରସ୍ତୁତ ହୋଇ ଅନୁଦାନ ମଂଜୁର ହୋଇଥିଲା । ତେବେ କେନ୍ଦ୍ରୀୟ ଅର୍ଥ କମିଶନ ଅଟକଳ ଅନ୍ତର୍ଗତ କାର୍ଯ୍ୟ ଶେଷ ହୋଇଥିବା ବେଳେ ମନରେଗା କାମ ବାକି ରହିଛି । କାମ ନେଇଥିବା ଠିକାଦାର ମନରେଗା ଯୋଜାନର କାର୍ଯ୍ୟ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିବାରୁ କାମ ଆଗକୁ ବଢିପାରୁ ନଥିବା ସେ ପ୍ରକାଶ କରିଛନ୍ତି । ଏଭଳି ଦ୍ୱନ୍ଦ୍ୱ ଭିତରେ କାମ ଅଧାରେ ବନ୍ଦ ରହିଛି । ଶୀଘ୍ର କାମ ଆରମ୍ଭ ନ ହେଲେ ହୋଇଥିବା କାମ ବି ନଷ୍ଟ ହୋଇ ଯିବାର ପଞ୍ଚାୟତବାସୀ ଆଶଙ୍କା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking