29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବ୍ରହ୍ମପୁତ୍ରରେ ଡଙ୍ଗା ବୁଡି: ୫ ନିଖୋଜ

ବ୍ରହ୍ମପୁତ୍ରରେ ଡଙ୍ଗା ବୁଡି: ୫ ନିଖୋଜ

ଗୌହାଟୀ: ଆସାମରେ ଦିବୃଗଡ ନିକଟରେ ବ୍ରହ୍ମପୁତ୍ର ନଦୀରେ ଏକ ଡଙ୍ଗା ବୁଡି ଯିବା ଫଳରେ ୫ ଜଣ ନିଖୋଜ ଅଛନ୍ତି । ଦିବୃଗଡ ରୋହମୋରିଆରୁ ୯ ଜଣ ଯାତ୍ରୀ ଏକ ଡଙ୍ଗାରେ ଯାତ୍ରା କରୁଥିବା ବେଳେ ଏହି ଅଘଟଣ ଘଟିଛି । ୪ ଜଣ ଯାତ୍ରୀ ପହଁରି ପହଁରି କୂଳକୁ ଫେରିବାରେ ସକ୍ଷମ ହୋଇଛନ୍ତି । ଅନ୍ୟ ୫ ଜଣ ନିଖୋଜଙ୍କ ପତ୍ତା ଏବେ ସୁଦ୍ଧା ମିଳିପାରିନାହିଁ ।

ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଗ୍ନିଶମ ଟିମ ସମେତ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଉଦ୍ଧାରକାରୀ ଦଳ ପାଓ୍ବର ବୋଟରେ ଘଟଣାସ୍ଥଳରେ ରେସକ୍ୟୁ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିବା ଦିବୃଗଡ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking