39.8 C
Bhubaneswar
Thursday, April 18, 2024
Homeଅପରାଧଯୁବକଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ

ଯୁବକଙ୍କୁ ଚୋର ସନ୍ଦେହରେ ପିଟିପିଟି ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡିଘାଇରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଗିରଫ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଗତକାଲି ଚିଙ୍ଗୁଡିଘାଇ ଗାଁରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ପୁରୀ ଜିଲ୍ଲାର ବାହୁଡା ସାହୁ ବୋଲି ଜାଣିବାକୁ ପାଇଛି ପୋଲିସ । ତେବେ ଗତ ୧୭ ତାରିଖ ରାତିରେ ବାହୁଡା ଚିଙ୍ଗୁଇଘାଇ ଗାଁରେ ବୁଲୁଥିବା ବେଳେ ଚୋର ସନ୍ଦେହରେ କିଛି ଯୁବକ ତାଙ୍କୁ ପିଟି ପିଟି ମାରି ଦେଇଥିଲେ । ହତ୍ୟାକୁ ଲୁଚାଇବା ପାଇଁ ମୃତଦେହ ନିକଟସ୍ଥ ଏକ ପ୍ରାଥମିକ ବିଦ୍ୟାଳୟ ଠାରେ ଥିବା ଗଛ ନିକଟରେ ଫିଙ୍ଗି ଦେଇଥିଲେ । ଘଟଣାରେ ଆଉ କିଛି ଜଣ ସମ୍ପୃକ୍ତି ଥିବା ନେଇ ଜଣା ପଡିଥିବା ବେଳେ ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking