34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିନା ବିଶ୍ରାମରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

ବିନା ବିଶ୍ରାମରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ପ୍ରଥମ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ବିଶ୍ୱରେ ଆତଙ୍କ ଖେଳାଇଦେଇଥିବା ବେଳେ ଚୀନରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୮, ୦୧୮ରେ ପହଞ୍ଚିଛି । ଏହି କ୍ରମରେ କରୋନାଭାଇରସ୍ରେ ସଂକ୍ରମିତ ହୋଇ ୫୬୫ଲୋକଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି  ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତେବେ ଏହି କରୋନାଭାଇରସ୍ର ପ୍ରଭାବ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ବି ପଡ଼ିଛି । କରୋନାଭାଇରସ୍ରେ ଆକ୍ରାନ୍ତ ହୋଇ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଭାଇରସ୍ରେ ଶିକାର ହୋଇ ଡାକ୍ତରଙ୍କ ମୃତ୍ୟୁ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ମୃତ ୨୭ବର୍ଷୀୟ ଡାକ୍ତର ସଙ୍ଗ ଇଙ୍ଗିଜ୍  ହାଡ଼ଭଙ୍ଗା ଶୀତରେ ହୁନାନ୍ ପ୍ରାନ୍ତରେ ସ୍ଥାନୀୟ କ୍ଲିନିକ୍ରେ ନିୟୋଜିତ ଥିଲେ । ହୁନାନରେ ତାପମାତ୍ର ଦିନରେ ୮ଡିଗ୍ରି ରହୁଥିବା ବେଳେ ରାତିରେ ଏହା ୫ଡିଗ୍ରିକୁ ଚାଲି ଯାଇଥାଏ । ଏଭଳି ପରିସ୍ଥିତିରେ ଡାକ୍ତର ସଙ୍ଗ୍ ଇଙ୍ଗିଜ୍ ଓ ତାଙ୍କ ଏକ ଟିମ୍ ରାଜପଥରେ ଯାତାୟାତ କରୁଥିବା ଗାଡ଼ିଚାଳକ ଓ ଯାତ୍ରୀମାନଙ୍କ ଶରୀର ତାପମାତ୍ରା ଦିନରାତି ଯାଞ୍ଚ କରୁଥିଲେ । ବିନା ବିଶ୍ରାମରେ ଲଗାତାର ୧୦ଦିନ ଧରି କାମ କରିବା କାରଣରୁ ଗତ ସୋମବାର ଡାକ୍ତର ସଙ୍ଗ ଇଙ୍ଗିଜଙ୍କ ହୃଦଘାତ ହୋଇଥିଲା । ହୃଦଘାତ ପରେ ଡାକ୍ତରଖାନା ଆଣିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।
https://onakhabar.com/2020/02/06/first-swine-flu-case-in-scb-medical/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking