30.1 C
Bhubaneswar
Thursday, April 25, 2024
Homeଅପରାଧପ୍ରଥମେ ଯୌନ ଶୋଷଣ ଓ ତାପରେ......

ପ୍ରଥମେ ଯୌନ ଶୋଷଣ ଓ ତାପରେ……

ତାମିଲନାଡ଼ୁ: ତାମିଲନାଡ଼ୁର କୋଏମ୍ବଟୁରରେ ୬୨ ବର୍ଷୀୟ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ୯ରୁ ୧୩ ବର୍ଷ ବୟସର ୧୫ ଜଣ ନାବାଳିକାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ବୃଦ୍ଧ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ମୁତାବକ, ସ୍କୁଲ ପାଖରେ ବୃଦ୍ଧ ନିଜର ଏକ ଦୋକାନ କରି ଗତ ୪ ବର୍ଷ ଧରି ଏଭଳି କାର୍ଯ୍ୟ କରି ଆସୁଥିଲେ। ୪ ବର୍ଷ ଭିତରେ ସେ ୧୫ ଜଣ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିଲେ। ଦୋକାନକୁ ଜିନିଷ କିଣିବାକୁ ଆସୁଥିବା ନାବାଳିକା ଛାତ୍ରୀଙ୍କୁ ବୃଦ୍ଧ ଟାର୍ଗେଟ୍‌ କରୁଥିଲେ। ଏହି ଘଟଣାର ଖୁଲାସା ହେବା ପରେ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି। ଆସନ୍ତୁ ଜାଣିବା ପୂରା ଘଟଣାକ୍ରମ କ’ଣ…

ଖବରରୁ ଜଣାପଡ଼ିଛି କି, ଏହି ଅଞ୍ଚଳରେ ପୋଲିସ ଯେତେବେଳେ ‘ପ୍ରୋଜେକ୍ଟ ପଲ୍ଲିକୁଡମ୍‌’ ନାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା, ତ ସେହି ସମୟରେ ଘଟଣାର ଖୁଲାସା ହୋଇଥିଲା। ନାବାଳିକା ଛାତ୍ରୀମାନଙ୍କୁ ତାଙ୍କ ପ୍ରତି ହେଉଥିବା ଯୌନ ଅପରାଧ ବିଷୟରେ ସଚେତନ କରାଇବା ଥିଲା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅଭିଯାନ ଯୋଗୁ ଅନେକ ନାବାଳିକା ମନରେ ଦମ୍ଭ ରଖି ନିଜର ଭାବନା ପରିପ୍ରକାଶ କରିଥିଲେ। ସେମାନେ ସାମ୍ନାକୁ ଆସି ଏ ବିଷୟରେ ଅଭିଯୋଗ କରିଥିଲେ।

ପୀଡ଼ିତାମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ସ୍କୁଲ ପ୍ରିନ୍ସିପାଲଙ୍କୁ କହିଥିଲେ କି, ସ୍କୁଲ ପାଖରେ ହିଁ ଦୋକାନ କରିଥିବା ବୃଦ୍ଧ ବ୍ୟକ୍ତି ତାଙ୍କୁ ଯୌନ ଉତ୍ପୀଡ଼ନ କରିଛନ୍ତି। ଏହାପରେ ପ୍ରିନ୍ସିପାଲ ସନ୍ଦେହରେ ସ୍କୁଲର ଅନ୍ୟ ଛାତ୍ରୀମାନଙ୍କୁ ପଚରାଉଚରା କରିଥିଲେ। ପରେ ୧୪ ଜଣ ଛାତ୍ରୀ ସାମ୍ନାକୁ ଆସି ସେମାନଙ୍କ ସହିତ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ। ଏହାପରେ ସ୍କୁଲ ପ୍ରିନ୍ସିପାଲ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମହିଳା ଥାନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ଦୋକାନୀ ନଟରାଜନଙ୍କୁ ଗିରଫ କରାଯାଇ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

କୋଏମ୍ବଟୁର ଗ୍ରାମାଞ୍ଚଳର ଏସ୍‌ପି ଭି. ବଦ୍ରୀନାରାୟଣନ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଧାରା ୭ ଅଧୀନରେ ଯୌନ ଉତ୍ପୀଡ଼ନ ନେଇ ମାମଲା ରୁଜୁ ହୋଇଛି। ଏହିପରି ପୋକ୍ସୋ ଆକ୍ଟର ମୋଟ ୬ଟି ଧାରାରେ ନଟରାଜନ୍‌ଙ୍କ ବିରୋଧରେ ମାମଲା ରହିଛି।

ସୂଚନାଥାଉ କି, ପଞ୍ଜାବର ମୋହାଲିସ୍ଥିତ ଚଣ୍ଡୀଗଡ଼ ୟୁନିଭିର୍ସିଟିରେ ମଧ୍ୟ ଏବେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗାଧୋଉଥିବା ସମୟରେ ଯୁବତୀମାନଙ୍କର ଭିଡିଓ ରେକର୍ଡ କରିବା ମାମଲାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ମାମଲାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୟୁନିଭର୍ସିଟିର ଛାତ୍ର ଅଛନ୍ତି। ଏ ସବୁ ସତ୍ତ୍ୱେ ଛାତ୍ରୀମାନଙ୍କୁ ବିଦେଶୀ ନମ୍ବରରୁ ଧମକପୂର୍ଣ୍ଣ ଫୋନ କଲ୍‌ ଆସୁଛି। ୟୁନିଭର୍ସିଟିର କିଛି ଛାତ୍ରୀଙ୍କୁ କାନାଡାରୁ କଲ୍‌ ଆସୁଛି। ଏହାକୁ ନେଇ ଛାତ୍ରୀ ମାନେ ଚିନ୍ତିତ ରହିଛନ୍ତି। ଯେଉଁ ଛାତ୍ରୀମାନଙ୍କୁ କଲ୍‌ ଆସୁଛି, ସେମାନେ ପୋଲିସ ଏବଂ ମିଡିଆ ସାମ୍ନାକୁ ଆସୁ ନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking