28.1 C
Bhubaneswar
Thursday, March 28, 2024
Homeଖେଳ୪ରୁ ଭୋପାଳରେ ପ୍ରଥମ ସବ୍‌ଜୁନିୟର୍ ପୁରୁଷ ହକି

୪ରୁ ଭୋପାଳରେ ପ୍ରଥମ ସବ୍‌ଜୁନିୟର୍ ପୁରୁଷ ହକି

ନୂଆଦିଲ୍ଲୀ: ହକି ଇଣ୍ଡିଆ ପକ୍ଷରୁ ପ୍ରଥମ ସବ୍‌ଜୁନିୟର୍ ପୁରୁଷ ଏକାଡେମୀ ଜାତୀୟ ଚାମ୍ପିଅନ୍‌ଶିପ୍ ଭୋପାଳଠାରେ ଆରମ୍ଭ ହେବ । ଏହି ପ୍ରତିଯୋଗିତାରେ ୨୪ଟି ଟିମ୍‌ର ୪୫୦ ଖେଳାଳି ଓ କୋଚ୍ ଅଂଶଗ୍ରହଣ କରିବେ । ଟିମ୍‌ଗୁଡ଼ିକୁ ୮ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଉଥିବା ଦଳଗୁଡ଼ିକ ମଧ୍ୟରେ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର୍ ମଧ୍ୟ ରହିଛି । ଦଳ ପୁଲ୍‌-ଏ’ରେ ବେରାର୍ ହକି ଏକାଡେମୀ (ବିଦର୍ଭ) ଅମରାବତୀ ଓ ନାଭାଲ୍ ଟାଟା ହକି ଏକାଡେମୀ-ଜାମସେଦପୁର ସହ ସ୍ଥାନ ପାଇଛି । ଏହି ପ୍ରତିଯୋଗିତାର ପୁଲ୍ ମ୍ୟାଚ୍‌ଗୁଡ଼ିକ ୬ ଦିନ ଖେଳାଯିବା ପରେ ଅକ୍ଟୋବର ୧୦ରୁ କ୍ୱାର୍ଟର୍ ଫାଇନାଲ୍ ଖେଳାଯିବ ।

ଏହାପରେ ସେମିଫାଇନାଲ୍ ଅକ୍ଟୋବର ୧୩ରେ ଏବଂ ପଦକ ମ୍ୟାଚ୍ ଅକ୍ଟୋବର ୧୩ ତାରିଖରେ ଖେଳାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଟୁର୍ଣ୍ଣାମେଣ୍ଟ୍‌ରେ ଓଡ଼ିଶା ନାଭାଲ୍ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟର୍ ତା’ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୪ ତାରିଖରେ ବେରାର୍ ହକି ଏକାଡେମୀ ବିପକ୍ଷରେ ଖେଳିବ । ଏହାପରେ ଦଳ ତା’ର ଦ୍ୱିତୀୟ ଲିଗ୍ ମୁକାବିଲାରେ ଅକ୍ଟୋବର ୭ ତାରିଖରେ ନାଭାଲ୍ ଟାଟା ହକି ଏକାଡେମୀ-ଜାମସେଦପୁରକୁ ଭେଟିବ ।

ସେହିପରି କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ହକି ଇଣ୍ଡିଆ ପକ୍ଷରୁ ଜାରି ଏସ୍‌ଓପି ଅନୁସାରେ, ସମସ୍ତ ଖେଳାଳି ଓ ଅଫିସିଆଲ୍‌ମାନଙ୍କୁ ସେମାନଙ୍କ ମୋବାଇଲ୍‌ରେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ । ଏହାଛଡ଼ା ସେମାନେ ସବୁବେଳେ ସାମାଜିକ ଦୂରତା ବଜାୟ ରଖିବେ । ଅବଶ୍ୟ ଖେଳାଳିଙ୍କ ସକାଶେ ଏହି ନିୟମ ଲାଗୁ ହେବ ନାହିଁ । ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏକ କୋଭିଡ୍‌-୧୯ ଟାସ୍କଫୋର୍ସ ଗଠନ କରାଯାଇଛି, ଯାହାକି ପ୍ରତିଯୋଗିତାରେ ସମସ୍ତ ପ୍ରୋଟୋକଲ୍ ଅବଲମ୍ବନକୁ ସୁନିଶ୍ଚିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking