ନୂଆଦିଲ୍ଲୀ : ସମୁଦ୍ର ଭିତରକୁ ଯିବ ପ୍ରଥମ ମନୁଷ୍ୟାକୃତ ସମୁଦ୍ର ଯାନ । ଯାହା ସମୁଦ୍ରରେ ଲୁକ୍କାୟିତ ଥିବା ଖଣିଜ ସମ୍ପଦର ସନ୍ଧାନ କରିବ । ଯାହା ୨୦୨୪ ସୁଦ୍ଧା ଗଭୀର ସମୁଦ୍ରକୁ ଯିବ ବୋଲି ସୂଚନା ରହିଛି । ଯାହାର ନାମ ରହିଛି ମତ୍ସ୍ୟ ୬୦୦୦ । ୨୦୨୩ ମସିହାରେ ମହାକାଶକୁ କ୍ରୁଡ୍ ମିଶନ ପଠାଯିବା ପରେ ଗଭୀର ସମୁଦ୍ରକୁ ଯିବ ଏହି ମିଶନ । ଏନେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ସମୁଦ୍ରରେ ଲୁକ୍କାୟିତ ଥିବା ଖଣିଜ ସମ୍ପଦର ସନ୍ଧାନ ପାଇଁ ସମୁଦ୍ର ମଧ୍ୟର ୫ କିଲୋମିଟର ଗଭୀରତାକୁ ୩ ଜଣ ବୈଜ୍ଞାନିକଙ୍କୁ ପଠାଯିବ ।
ଅକ୍ଟୋବର ୩୦ରେ ଚେନ୍ନାଇର ଏକ ଲଞ୍ଚ କାର୍ୟ୍ୟକ୍ରମରେ ଯୋଗଦେଇ ଜିତେନ୍ଦ୍ର ସିଂ କହିଥିଲେ ଯେ, ଚଳିତ ବର୍ଷ ଅକ୍ଟୋବରରେ ପ୍ରଥମ କରି ସମୁଦ୍ରାୟନ୍ ମିଶନର ଆରମ୍ଭ କରିଛି କେନ୍ଦ୍ର । ଏହି ଅନନ୍ୟ ମହାସାଗର ମିଶନ ଆରମ୍ଭ ହେବା ପରେ ଭାରତ ଆମେରିକା, ଋଷ, ଜାପାନ, ଫ୍ରାନ୍ସ ଏବଂ ଚୀନ୍ ଭଳି ଦେଶର ଅଭିଜିତ କ୍ଲବରେ ଯୋଗ ପାରିବ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି ଦ୍ୱାରା ସାମୁଦ୍ରାୟନ୍ ଆରମ୍ଭ ହୋଇଛି । ଏହା ଦୀପ ମହାସାଗର ମିଶନର ଏକ ଅଂଶ ହେବ, ଯାହା ପାଞ୍ଚ ବର୍ଷ ପାଇଁ ମୋଟ ବଜେଟରେ, ୪,୦୭୭ କୋଟିରେ କାର୍ୟ୍ୟକାରୀ ହେବ ।
ମାନବ ଜଳମଗ୍ନ ଯାନ ମତ୍ସ୍ୟ ୬୦୦୦ର ପ୍ରଥମ ଭାଗ ନିର୍ମାଣ କାର୍ୟ୍ୟ ଶେଷ ହୋଇସାରିଛି । ଏହି ଯାନ ଏକା ସାଙ୍ଗରେ ୩ ଜଣଙ୍କୁ ସମୁଦ୍ର ମଧ୍ୟକୁ ନେବାର କ୍ଷମତା ରହିଛି । ୨.୧ ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ଯାନ ସମୁଦ୍ର ମଧ୍ୟରେ ୧୨ ଘଣ୍ଟା ଯାତ୍ରା କରିପାରିବ ଏପରି ଜରୁରୀ ପରିସ୍ଥିତିରେ ଅତିରିକ୍ତ ୯୬ ଘଣ୍ଟା ମଧ୍ୟ ରହିପାରିବ । କେନ୍ଦ୍ର ମନ୍ତ୍ରୀ ସିଂ କହିଛନ୍ତି ଯେ ୨୦୨୨ ଅକ୍ଟୋବର ଶେଷ ତ୍ରୟମାସରେ ମାନବ ଜଳମଗ୍ନ ସମୁଦ୍ରର ୫୦୦ ମିଟର ମଧ୍ୟରେ ପରୀକ୍ଷଣ ନେଇ ଆଶା କରାଯାଉଛି ଏବଂ ୨୦୨୪ର ଦ୍ବିତୀୟ ତ୍ରୟମାସିକରେ ମତ୍ସ୍ୟ ୬୦୦୦ ପରୀକ୍ଷା ପାଇଁ ପ୍ରସ୍ତୁତ ହେବ । ସମୁଦ୍ରକୁ ପ୍ରଥମ ମାନବ ମିଶନରେ କାମ କରିବା ବ୍ୟତୀତ, ଭାରତ ମଧ୍ୟ ୨୦୨୩ ମସିହାରେ ନିଜର ପ୍ରଥମ ମାନବ ମହାକାଶ ମିଶନ ‘ଗଗନାୟନ୍’ ଲଞ୍ଚ କରିବ ବୋଲି ସେ କହିଛନ୍ତି ।