37.1 C
Bhubaneswar
Thursday, March 28, 2024
Homeଓଡିଶାଓଡ଼ିଶାରେ ପଶିଲା କରୋନା

ଓଡ଼ିଶାରେ ପଶିଲା କରୋନା

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଇଟାଲୀରୁ ଫେରିଥିବା ୩୩ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ତାଙ୍କ ଘର ରାଜଧାନୀର ବଡ଼ଗଡ଼ ଗାଁ’ର ମଝିସାହିରେ । ଯୁବକ ଜଣକ ଉଚ୍ଚଶିକ୍ଷା ଲାଗି ଇଟାଲୀ ଯାଇଥିଲେ । ସେ ଗତ ୬ ତାରିଖରେ ଇଟାଲୀରୁ ଫେରି ଦିଲ୍ଲୀରେ ପହଂଚିଥିଲେ । ୧୧ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବା ପରେ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ୧୩ତାରିଖରେ ପହଂଚିଥିଲେ । ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ସ୍ଥାନୀୟଜଣେ ଡାକ୍ତର ଠାରୁ ଔଷଧ ଖାଇଥିଲେ ଓ ପରେ ଶନିବାର କ୍ୟାପିଟାଲ ହସ୍ପିଟାଲକୁ ଆସି ଭର୍ତି ହୋଇଥିଲେ ।
ରବିବାର ସକାଳେ ଯୁବକଙ୍କ ରକ୍ତ ନମୁନା ଆରଏମଆରସିକୁ ପରିକ୍ଷା ଲାଗି ପଠାଯାଇଥିଲା । ବିଳମ୍ବିତ ସନ୍ଧ୍ୟାରେ ରିପୋର୍ଟ ଆସିବାରୁ ଯୁବକ ଜଣଙ୍କ କରୋନାରେ ଭାଇରସରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ଯୁବକଙ୍କ ବାପା ଓ ଜଣେ ସହାୟକଙ୍କୁ ହୋମ କ୍ୱାରେନଟାଇନରେ ତୁରନ୍ତ ରଖାଯାଇଥିବା ଜଣାପଡ଼ିଛି । ଯୁବକ ଜଣକ ଯେଉଁ ଟ୍ରେନରେ ଦିଲ୍ଲୀରୁ ଆସିଥିଲେ ତାକୁ ଚିହ୍ନଟ କରାଯାଇ ସେ ବସିଥିବା ବଗି ଏବଂ ତା’ର ପାଶ୍ୱର୍ବର୍ତୀ ବଗିରେ କେଉଁ ଯାତ୍ରୀମାନେ ଥିଲେ ସେମାନଙ୍କ ଖୋଜଖବର ଆରମ୍ଭ ହୋଇଛି । ସେହି ଯାତ୍ରୀମାନଙ୍କୁ ହୋମ କ୍ୱାରେନଟାଇନରେ ରଖାଯିବ ବୋଲି ଜଣାପଡ଼ିଛି । ଓଡ଼ିଶାରେ ପ୍ରଥମ ରୋଗୀ ଭାବେ ଏହି ଯୁବକ ଚିହ୍ନଟ ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ରଖାଯାଇଛି ।
କ୍ୟାପିଟାଲ ହସ୍ପିଟାଲଙ୍କ ସୂଚନା ଅନୁଯାୟୀ, ସଂକ୍ରମିତ ଯୁବକଙ୍କ ଅବସ୍ଥା ଠିକ ଅଛି । ସେ ଜ୍ୱର ଆକ୍ରାନ୍ତ ହୋଇନାହାନ୍ତି କିମ୍ବା ଗୁରୁତର ଅବସ୍ଥାରେ ମଧ୍ୟ ନାହାନ୍ତି । ପରୀକ୍ଷା ରିପୋର୍ଟରୁ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ହସ୍ପିଟାଲ ପକ୍ଷରୁ କରୋନା ମାର୍ଗଦର୍ଶିକା ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଅନ୍ୟ ସନ୍ଦିଗ୍ଧ ମଧ୍ୟ ଅଛନ୍ତି । କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଯୁବକଙ୍କ ସମ୍ପୁର୍ଣ୍ଣ ବିବରଣୀ ସଂଗ୍ରହ କରାଯାଇ ଆଜି ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଯେଉଁ ମାର୍ଗଦର୍ଶିକା ଦିଆଯାଇଛି ତାହାକୁ ପୂର୍ଣ୍ଣରୂପ ପାଳନ କରାଯିବ ବୋଲି କର୍ତୃପକ୍ଷ କହିଛନ୍ତି । ଓଡ଼ିଶାରେ ଏପର୍ଯ୍ୟନ୍ତ ୨୨ଜଣ ସନ୍ଦିଗ୍ଧଙ୍କ ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା ହୋଇଥିବର ବେଳେ ସେ ସମସ୍ତେ କରୋନା ନେଗେଟିଭ ଜଣାପଡ଼ିଥିଲା । ଏହା ବ୍ୟତିତ ୮ଟି ରକ୍ତ ନମୂନା ପାଇଁ ପଠାଯାଇଥିବାବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ସେଥିରୁ ଗୋଟିଏ ରିପୋର୍ଟ ପଜିଟିଭ ଅଛି ।
ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ଆଜି ଠାରୁ ଭୁବନେଶ୍ୱର ଓ କଟକର ସମସ୍ତ ମଲ୍ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଏଗୁଡ଼ିକୁ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ କରିବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସ୍କୁଲ୍‌, କଲେଜ୍, ସମସ୍ତ କୋଚିଂ ସେଣ୍ଟର, ଜିମ୍, ଫିଲ୍ମ ହଲ୍ ଓ ଅନେକ ପର‌୍ୟ୍ୟଟନ ସ୍ଥଳୀକୁ ବନ୍ଦ କରାଯାଇସାରିଛି। ଏଗୁଡ଼ିକୁ ମଧ୍ୟ ୩୧ ତାରିଖ ପର‌୍ୟ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking