40.1 C
Bhubaneswar
Thursday, April 25, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ ଯୋଡ଼ାମୁଣ୍ଡ ଶିଶୁଙ୍କ ଗାଁ'

ମୌଳିକ ସୁବିଧାରୁ ବଞ୍ଚିତ ଯୋଡ଼ାମୁଣ୍ଡ ଶିଶୁଙ୍କ ଗାଁ’

ଫିରିଙ୍ଗିଆ : ଗତ ୨୦୧୫ ମସିହାରେ ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିବା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆର ଗ୍ରାମ ହେଉଛି ମେଲୁପଡ଼ା । ଫିରିଙ୍ଗିଆ ବ୍ଲକର ଡିମିରିଗୁଡ଼ା ପଞ୍ଚାୟତରେ ଅବସ୍ଥିତ ଏହି ଗ୍ରାମ । ସମଗ୍ର ଦେଶ ଓ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ଉକ୍ତ ଗ୍ରାମର ଲୋକେ କିନ୍ତୁ ସମସ୍ତ ମୌଳିକା ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନେଇ ମେଲୁପଡା ଗ୍ରାମ ଚର୍ଚ୍ଚାର ପରିସରକୁ ଆସିଥିଲା । ଯୋଡ଼ାମୁଣ୍ଡ ଶିଶୁଙ୍କ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ପରେ ନେତାଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଓ ପ୍ରଶାସନ ଏବଂ ବହୁ ବଡ଼ ବଡ଼ ଅଧିକାରୀମାନେ ସେତେବେଳେ ଉକ୍ତ ଗ୍ରାମକୁ ଗସ୍ତ କରିଥିଲେ । ସେତେବେଳେ ଗାଁର ଅବସ୍ଥା ଯାହାଥିଲା ଦୀର୍ଘ ୫ବର୍ଷ ପରେ ମଧ୍ୟ ସେମିତି ରହିଛି । ଆଜି ମଧ୍ୟ ମୌଳିକ ସୁବିଧାର ବଞ୍ଚିତ ହୋଇ ରହିଛନ୍ତି ମିଲୁପଡ଼ା ଅଧିବାସୀ ।

ଫିରିଙ୍ଗିଆ ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୫ କିଲୋମିଟର ଦୂର ଡିମିରିଗୁଡ଼ା ପଞ୍ଚାୟତର ମେଲୁପଡ଼ା ଗ୍ରାମ । ଆଜି ମଧ୍ୟ ଏକ ବିପଦସଙ୍କୁଳ ନାଳ ପାର ହୋଇଯିବାକୁ ପଡୁଛି ଉକ୍ତ ଗ୍ରାମକୁ । ବର୍ଷାଦିନ ଆସିଲେ ନାଳରେ ପାଣି ଆସୁଥିବାରୁ ଜଳବନ୍ଦୀ ଭାବେ ଜୀବନ ବିତାଇଥାନ୍ତି ଏହି ଗ୍ରାମବାସୀ । ଅନ୍ୟପଟେ ଗାଁରେ ଆଜି ପର୍ଯ୍ୟନ୍ତ ଶିକ୍ଷାର ଉନ୍ନତି ପାଇଁ ନା ଅଙ୍ଗନୱାଡ଼ି ନା ପ୍ରାଥମିକ ବିଦ୍ୟାଳୟ ଅଛି ? ତେଣୁ ଉକ୍ତ ଗ୍ରାମର ପିଲାମାନେ ପାଠ ପଢିବାକୁ ଉକ୍ତ ବିପଦସଂକୁଳ ନାଳ ଡେଇଁ ୩ କିଲୋମିଟର ଦୂର ଶ୍ରୀପଲାଗାଁକୁ ଯାଇଥାନ୍ତି । ସେହିପରି ଚାଷ ପାଇଁ ମଧ୍ୟ୍ୟ ଜଳ ଯୋଗାଣର ସୁବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ଗ୍ରାମର ଅନେକ ଚାଷୀ । ଚାଷ ପାଇଁ ବହୁ କଷ୍ଟରେ ଜଳ ସଂଗ୍ରହ କରିଥାନ୍ତି । ବର୍ଷା ହିଁ ଏମାନଙ୍କର ସାହାଭରସା । ୪୦ଟି ଆଦିବାସୀ ପରିବାରକୁ ନେଇ ଗଠିତ ଏହି ଗ୍ରାମ । ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଫଳ କିଛି ମିଳେନାହିଁ ବୋଲି ଅଭିଯୋଗ କରିଛନ୍ତି । କେବଳ ନିର୍ବାଚନ ଆସିଲେ ଗ୍ରାମକୁ ଛୁଟିଥାନ୍ତି ନେତା ଓ କର୍ମୀ । ନିର୍ବାଚନ ଶେଷ ପରେ ଆଉ କାହାର ଦେଖା ମିଳେନାହିଁ । ଜଗା-କାଳିଆକୁ ନେଇ ଗତ ୫ ବର୍ଷ ହେଲା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମିଲୁପଡ଼ା ପୁଣିଥରେ ଚର୍ଚ୍ଚାକୁ ଆସିଥିଲା ଗତ ୪ ଦିନତଳେ, ଯେଉଁଦିନ କାଳିଆର ମୃତ୍ୟୁ ହୋଇଥିଲା । ତେବେ ଆଗାମୀ ଦିନରେ ମେଲୁପଡ଼ାରେ ରହିଥିବା ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେତେ ଦୃଷ୍ଟିଦେଉଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking