27.1 C
Bhubaneswar
Thursday, April 25, 2024
Homeଅପରାଧନମସ୍କାର ନ କରିବାରୁ ଯୁବକଙ୍କ ଉପରକୁ ଗୁଳିଚାଳନା

ନମସ୍କାର ନ କରିବାରୁ ଯୁବକଙ୍କ ଉପରକୁ ଗୁଳିଚାଳନା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ନମସ୍ତାର ନ କରିବାରୁ ୩ ଜଣ ବ୍ୟକ୍ତି ନମସ୍କାର ନ  କରିନଥିବା ବ୍ୟକ୍ତିଙ୍କ ଉପରେ ରାଗିଯାଇଥିଲେ । କ୍ରୋଧରେ ସେମାନେ  ଯୁବକଙ୍କୁ ଅନୁସରଣ କରି ତାଙ୍କ ଘର ପର୍ଯ୍ୟନ୍ତ  ଯାଇ କବାଟ ଭାଙ୍ଗି ତାଙ୍କ ଘରେ ପଶିଥିଲେ । ତେବେ ଯୁବକକୁ ଘର ଭିତରେ ନ ପାଇବାରୁ ସେମାନେ ସେଠାରୁ ଫେରି ଯାଇଥିଲେ ।  ଯୁବକ ଜଣକ ଛାତ ଉପରେ ଥିବା ଦେଖି ସେମାନେ ଗୁଳି ଚାଳନା କରିଥିଲେ ।  ଭାଗ୍ୟବସତ ଗୁଳିଟି ଯୁବକଙ୍କ ଦେହରେ ଲାଗିନଥିଲା । ଏହା ମଧ୍ୟରେ ହୋ  ହାଲା ହେବାରୁ ସେମାନେ  ସେଠାରୁ ଫେରାର ହୋଇଯାଇଥିଲେ । ପରେ ଯୁବକଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ହତ୍ୟା  ମାମଲା ରୁଜୁ କରିଛି ।
ଏହି ଘଟଣାଟି ସମତା ବିହାରର ବାସିନ୍ଦା ଜୟପ୍ରକାଶ ଙ୍କର ।  ସେ ଏହି ଅଚଂଳରେ ହି କାମ କରୁଥିଲେ । ଖବର ମୁତାବକ ଜୟପ୍ରକାଶ କହିଛନ୍ତି ଯେ ଅକ୍ଟୋବର ୧୨ ତାରିଖ ରାତିରେ ସେ କାମ  କରିବା ପରେ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ଭାଲସ୍ୱା ଡାଏରୀ  ନିକଟରେ ୩ ଜଣ ଯୁବକ  ସୁରଜ,କାଲୁଏବଂ ଆକାଶ ଠିଆ ହୋଇଥିଲେ । ଏହି ୩ ଜଣ ସମତା ବିହାରରେ ରୁହନ୍ତି । ଯେତେବେଳେ ବାଇକ ସେମାନଙ୍କ ପାଖ ଦେଇ ଗଲା ସେ ୩ ଜଣ ତାଙ୍କୁ ଅଟକାଇ ଥିଲେ ଏବଂ ଜବରଦସ୍ତି ଜୟପ୍ରକାଶଙ୍କୁ ନମସ୍କାର କରିବାକୁ କହିଥିଲେ ।
ଜୟପ୍ରକାଶଙ୍କ ଅନୁଯାୟୀ ନମସ୍କାର କରିବାକୁ ମନାକରିବାରୁ  ସେ ୩ ଜଣ ରାଗିଯାଇଥିଲେ । ସେମାନଙ୍କ ମନ୍ଦ   ଉଦେଶ୍ୟକୁ ଅନୁଭବ କରି ସେ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ପ୍ରାୟ ୫୦୦ ମିଟର ଘରକୁ ଯାଇ ସେ ପ୍ରଥମେ  କବାଟ ବନ୍ଦ କରି ସିଧା ତାଙ୍କ ଛାତ ଉପରେ ଲୁଚି ରହିଲେ । ଅନ୍ୟପକ୍ଷରେ ୩ ଜଣ ଅଭିଯୁକ୍ତ ମଧ୍ୟ ତାଙ୍କୁ ପିଛା କରି ତାଙ୍କ ଘରେ ପହଂଚି କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲେ କିନ୍ତୁ ତାକୁ ପାଇନଥିଲେ । ଏହାରି ମଧ୍ୟରେ ସେମାନଙ୍କୁ ଜୟପ୍ରକାଶ ଛାତ ଉପରେ ଥିବା ଦେଖିବାକୁ ପାଇଲେ । ପରେ ସିଧା ଟାର୍ଗେଟ କରି ତାଙ୍କ ଉପରକୁ ଗୁଳି ଚାଳନା କଲେ । ହେଲେ ସୌଭାଗ୍ୟବଶତ୍ୟ ତାଙ୍କ ଦେହରେ ଗୁଳି ବାଜିନଥିଲା । ପରେ ସେ ଚିତ୍କାର କରିବାରୁ ପଡୋଶୀ ଲୋକେ ଆସି ଯାଇଥିଲେ । ହୋହଲ୍ଲା ଶୁଣିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଗଲେ ।  ପୋଲିସର ସୂଚନା ଅନୁଯାୟୀ ସେମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking