43.9 C
Bhubaneswar
Friday, April 19, 2024
Homeଓଡିଶାକମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଫୁଲବାଣୀ : ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ। କନ୍ଧମାଳ-ଗଂଜାମ ଜିଲ୍ଲା ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ବଜ୍ରକୋଟ ଅଂଚଳରେ ପୋଲିସ୍ ଓ ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ କନ୍ଧମାଳ ଏସଓଜି ଓ ଡିଭିଏଫର ଯବାନ ମିଳିତଭାବେ କମ୍ବିଂ ଅପରେସନ୍ ଚଳାଇଥିଲେ। ଦୀର୍ଘଦିନ ପରେ ସୀମାନ୍ତ ଇଲାକାରେ ମାଓ ଗତିବିଧି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଅଞ୍ଚଳରେ କମ୍ବିଂକୁ ଜୋରଦାର କରିଛନ୍ତି। କମ୍ବିଂ ବେଳେ ମାଓବାଦୀ ଛତ୍ରଭଙ୍ଗ ଦେବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ପୋଲିସ୍‌ର କମ୍ବିଂ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିବା ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking